Latest Odisha News

BREAKING NEWS

ଡୁଗିନଙ୍କ ଚେତାବନୀ: ବିଶ୍ୱସମୂହ ପାଇଁ ୩ୟ ବିଶ୍ୱଯୁଦ୍ଧର ସଙ୍କେତ ନୁହେଁ ତ?

‘ରୁଷ୍ ଜିତିବ କିମ୍ୱା ବିଶ୍ୱ ନାଶ ହେବ’

ମସ୍କୋ: ୟୁକ୍ରେନ ସହିତ ଯୁଦ୍ଧ ଜାରି ରଖିଥିବାବେଳେ ରୁଷ ପଟରୁ ଆଉ ଏକ ଚରମ ଚେତାବନୀ ସାରା ବିଶ୍ୱବାସୀଙ୍କୁ ଚକିତ କରିଛି । ‘ରୁଷ ଜିତିବ, ନୋଚେତ୍ ବିଶ୍ୱ ନାଶ ହେବ’; ଏପରି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ବ୍ରେନ ବୋଲାଉଥିବା ଆଲେକଜାଣ୍ଡାର ଡୁଗିନ୍ । ୧୦ ମାସ ହେଲାଣି ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ । ଏଥିରେ ବିରାମ ନଆଣି ଆଗକୁ ବିଶ୍ୱ ନାଶ ନେଇ ଧମକରେ ପ୍ରତିକ୍ରିୟା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କି ।

ବାରମ୍ବାର ହାରିବା ସତ୍ତ୍ୱେ ପଛକୁ ହଟୁନି ରୁଷ । ଆଗକୁ ବଡ଼ ଆକ୍ରମଣ କରିବାକୁ ରୁଷର ଯୋଜନା ରହିଛି । ଜେଲେଁସ୍କି କହିଛନ୍ତି, ତାଙ୍କ ଦେଶର ଖେରାସନ ସହରରୁ ରୁଷୀୟ ସେନା ପଛକୁ ହଟିବା ପରେ ଡୁଗିନ୍ ଏପରି ବୟାନ ଦେଉଛନ୍ତି ।

ଭାରତର ଏକ ନ୍ୟୁଜ୍ ଚ୍ୟାନେଲ ସହିତ କଥା ହେଲାବେଳେ ଡୁଗିନ କହିଥିଲେ, ଏହା ଏକଧ୍ରୁବୀୟ ବିଶ୍ୱ ବ୍ୟବସ୍ଥା ବିରୁଦ୍ଧରେ ବହୁଧ୍ରୁବୀୟ ବିଶ୍ୱ ବ୍ୟବସ୍ଥାର ଯୁଦ୍ଧ । ଏହା ରୁଷ,ୟୁକ୍ରେନ କିମ୍ୱା ୟୁରୋପ ବିରୁଦ୍ଧରେ ନୁହେଁ, ଏହା ପଶ୍ଚିମ କିମ୍ୱା ବାକି ଦେଶଗୁଡିକ ବିରୋଧରେ ନୁହେଁ, ବଂର ଏହା ଦାଦାଗିରି ବିରୁଦ୍ଧରେ ମାନବତାର ଯୁଦ୍ଧ ।

୬୦ ବର୍ଷୀୟ ଡୁଗିନ ଜଣେ ପ୍ରଭାବଶାଳୀ ଲେଖକ, ରାଜନୈତିକ ଦାର୍ଶନିକ ଓ ବିଶ୍ଳେଷକ । ୩୦ରୁ ଅଧିକ ପୁସ୍ତକ ଲେଖିଥିବା ଡୁଗିନଙ୍କୁ ‘ପୁତିନଙ୍କ ଦାର୍ଶନିକ’ ଓ ‘ପୁତିନଙ୍କ ମସ୍ତିଷ୍କ’ ବୋଲି କୁହାଯାଏ । ତେଣୁ ଏଥିରୁ ଅନୁମାନ କରାଯାଉଛିଯେ, ୟୁକ୍ରେନ ଯୁଦ୍ଧ ସହିତ ପୁତିନ ତୃତୀୟ ବିଶ୍ୱଯୁଦ୍ଧର ଯୋଜନା କରୁନାହାଁନ୍ତି ତ? ଜଣେ ସୁଶାସକ ଓ ପ୍ରଭାବଶାଳୀ ରାଷ୍ଟ୍ରମୁଖ୍ୟ ଭାବେ ତାଙ୍କ କ୍ଷେତ୍ରରେ ଏହା ଭାବିବା ନିଶ୍ଚିତ ଭାବେ ବଡ଼ କଥା । ଏହା ବିଶ୍ୱସମୂହ ଏକ ସଙ୍କେତ ଭାବେ ଗ୍ରହଣ କରିବା ଉଚିତ୍ ବୋଲି କେହି କେହି ପରାମର୍ଶ ଦେବା ଆରମ୍ଭ କଲେଣି ।

Leave A Reply

Your email address will not be published.