ଭୁବନେଶ୍ୱର: ଗୁଆ ବା ସୁପାରୀ ବିନା ପାନର କୌଣସି ମଜା ନାହିଁ । ଏହା ଦକ୍ଷିଣ-ପୂର୍ବ ଏସିଆରୁ ଓଡ଼ିଶାକୁ ଆମଦାନୀ ହୋଇଥାଏ।
ସେସବୁ ଦେଶରେ ଗୁଆର ଅନେକ ଲୋକପ୍ରିୟତା ରହିଛି । ଦକ୍ଷିଣ-ପୂର୍ବର ଗ୍ରାମୀଣ ଅଞ୍ଚଳରେ ଲୋକେ ପାନ ଓ ଗୁଆର ବ୍ୟବହାରରେ ଅଭ୍ୟସ୍ଥ ହୋଇ ଗଲେଣି।
ଓଡ଼ିଶାରେ କୌଣସି ମହତ୍ତ୍ୱପୂର୍ଣ୍ଣ ଅବସର ଯେମିତି ବାହାଘର କିମ୍ବା ବ୍ରତଘର ସମୟରେ ବନ୍ଧୁବାନ୍ଧବଙ୍କୁ ଗୁଆ ଦେଇ ନିମନ୍ତ୍ରଣ କରାଯାଏ। ପାନ ଓ ଗୁଆ ଉଭୟଙ୍କର ଆମର ସଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନରେ ଏକ ବିଶେଷ ସ୍ଥାନ ରହିଛି ।
ଖାଲି ଓଡ଼ିଶା ନୁହେଁ ଫିଲିଫିନ୍ସ ଓ ବିୟତନାମରେ ମଧ୍ୟ ଏହିପରି ପ୍ରଥାର ପାଳନ କରାଯାଏ । ଏହା ବିଶେଷ ଭାବେ ବାହାଘର ରୀତିନୀତିରେ ବ୍ୟବହାର ହୋଇଥାଏ ।
Comments are closed.