Latest Odisha News

BREAKING NEWS

ଟ୍ରେନରୁ ଖସିପଡି ଓଡ଼ିଆ ଟେଲି ଅଭିନେତା ପ୍ରେମାନନ୍ଦଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡିଆ ଟେଲି ଜଗତର ଜଣାଶୁଣା ଅଭିନେତା ତଥା ଭେଟେରାନ୍ ଆକ୍ଟର ପ୍ରେମାନନ୍ଦ ବାରିକଙ୍କ ଶନିବାର ଦିନ ଦେହାନ୍ତ ଘଟିଛି । ସେ ଟ୍ରେନ୍ ଚଢୁଥିବା ବେଳେ ଦୁର୍ଭାଗ୍ୟବଶତଃ ଖସି ପଡିଥିଲେ ।

ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା।

ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ବାରିକ ତାଙ୍କ ଶ୍ୱଶୁର ଘର ନିରାକାରପୁର ଅଞ୍ଚଳକୁ ଯାଇଥିଲେ । ସେଠାରୁ ଟ୍ରେନ୍ ଯୋଗେ ଫେରିବା ବେଳେ ତାପଙ୍ଗ ଷ୍ଟେସନ୍ ସ୍ଥିତ ନରଣଗଡ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସେ ଖୋର୍ଦ୍ଧାସ୍ଥିତ ଗୁରୁଜଙ୍ଗ ନନ୍ଦସାହିର ବାସିନ୍ଦା ହୋଇଥିବା ବେଳେ ‘ଜୋର୍ ଯାର ମୁଲକ ତାର୍’, ‘ଆସୁଛି ମୋ କାଳିଆ ସୁନା’, ‘ପଞ୍ଜୁରୀ ଭିତରେ ଶାରୀ’, ‘ପୁଅ ମୋର କଳା ଠାକୁର’ ଭଳି ଅନେକ ଓଡିଆ ଫିଲ୍ମରେ ନିଜ ଅଭିନୟ ଯାଦୁ ଦେଖାଇଛନ୍ତି । ଏହାବ୍ୟତିତ ଶ୍ରୀ ବାରିକ ‘ଜୀବନ ସଙ୍ଗୀତ’ ଭଳି ଓଡିଆ ଧାରାବାହିକରେ ମଧ୍ୟ କାମ କରିଛନ୍ତି ।

ଏହାବ୍ୟତିତ ସେ ଖୋର୍ଦ୍ଧା ମୁଖ୍ୟ ପୋଷ୍ଟ ଅଫିସରେ ୪ର୍ଥ ଶ୍ରେଣୀର କର୍ମଚାରୀ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ ।

ପରେ ଜଟଣୀ ପୋଲିସ ଘଟଣାସ୍ଥଳରେ ପହିଞ୍ଚିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ତାଙ୍କ ମୃତ୍ୟୁରେ ଓଡ଼ିଆ ଟେଲି ଜଗତରେ ଅପୂରଣନୀୟ କ୍ଷତି ସୃଷ୍ଟି ହୋଇଥିବା ବେଳେ ତାଙ୍କ ବିୟୋଗରେ ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.