Latest Odisha News

BREAKING NEWS

Ranger Arrested: ୨ ଲକ୍ଷ ୩୩ ହଜାର ଟଙ୍କା ଲାଞ୍ଚ ନେବା ପଡିଲା ମହଙ୍ଗା; ବନ୍ଧାହେଲେ ଗୁଡ଼ାରି ରେଞ୍ଜର

ରାୟଗଡା: ରାୟଗଡା ଜିଲ୍ଲା ଗୁଡ଼ାରି ରେଞ୍ଜର ସୁକୁମାର ଦୁଖୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ତାଙ୍କ ନିକଟରୁ ଗତକାଲି ୨ ଲକ୍ଷ ୩୪ ହଜାର ୮୦୦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଏହା ସହ ଏକ ବୋଲେରୋ (ଓଡ଼ି୧୮କେ ୭୦୪୧)କୁ ମଧ୍ୟ ଜବତ କରିଥିଲା । ଜବତ ଟଙ୍କା ସମ୍ପର୍କରେ ରେଞ୍ଜର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିବାରୁ ଟିମ୍ ତାର କବଜାକୁ ନେଇଥିଲା ।

ପରେ ଭିଜିଲାନ୍ସର ଏକ ୩ ଜଣିଆ ଟିମ୍‌ ଇନ୍ସପେକ୍ଟର ଆଲୋକ ମହାପାତ୍ରଙ୍କ ନେତୃତ୍ୱରେ ୩ଟି ସ୍ଥାନ ଯଥା, ନବରଙ୍ଗପୁର ସେନାପତି ସାହି ସ୍ଥିତ ଘର, ଗୁମୁଡ଼ା ବନ ବିଭାଗ ଗେଷ୍ଟ ହାଉସ୍‌ ଓ ଗୁଡ଼ାରି କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ ।

ରବିବାର ରେଞ୍ଜର ଶ୍ରୀ ଦୁଖୁ ଅଫିସ ବୋଲେରୋ ଗୁଡ଼ାରି କାର୍ଯ୍ୟାଳୟରୁ ନବରଙ୍ଗପୁରର ସେନାପତି ସାହି ସ୍ଥିତ ବାସଭବନକୁ ଆସୁଥିଲେ । ଗୁଇନ୍ଦା ସୂତ୍ରରୁ ସୂଚନା ପାଇଁ ପୋଲିସ ନବରଙ୍ଗପୁର ଇନ୍ଦ୍ରାବତୀ ପୋଲ ନିକଟରେ ସୁକୁମାରଙ୍କୁ ଅଟକାଇଥିଲେ । ବୋଲେରୋରୁ ୨.୩୩ ଲକ୍ଷ ଟଙ୍କା ମିଳିବା ପରେ ଭିଜିଲାନ୍ସ ଟିମ୍‌ ସେନାପତି ସାହି ସ୍ଥିତ ଘରେ ଚଢ଼ଉ କରିଥିଲା ।

Leave A Reply

Your email address will not be published.