ନୂଆଦିଲ୍ଲୀ: ବାହାଘରରେ ଟଙ୍କା ବର୍ଷା। ୟୁପିରେ ଥିବା ଏକ ଗାଁରେ ଏକ ବାହାଘରର ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପରିବାରର ସଦସ୍ୟମାନେ ବିବାହକୁ ନେଇ ଏତେ ଖୁସି ଯେ ସେମାନେ ଜେସିବି ଉପରୁ ଓ ଘରର ଛାତ ଉପରୁ କାଗଜ ପରି ଲକ୍ଷ ଲକ୍ଷ ଟଙ୍କା ଉଡାଉଛନ୍ତି।
ତେବେ ଏହି ଘଟଣାଟି ୟୁପିର ସିଦ୍ଧାର୍ଥନଗର ଜିଲ୍ଲାର ଅଟେ। ଭାଇରାଲ ଭିଡିଓରେ ବରପକ୍ଷଙ୍କର ପରିବାର ସଦସ୍ୟମାନେ କାଗଜ ପରି ୧୦୦, ୨୦୦ ଏବଂ ୫୦୦ ଟଙ୍କାର ନୋଟକୁ ଫୋପାଡୁଥିବାର ନଜର ଆସିଛନ୍ତି ଏବଂ ତଳେ ଛିଡା ହୋଇଥିବା ଲୋକମାନେ ଟଙ୍କା ଉଠାଇ ନେଇଯାଉଥିବା ଦେଖାଯାଉଛି।
ସୂଚନାନୁସାରେ, ଏହି ଭାଇରାଲ ଭିଡିଓଟି ଦେୱଲହୱା ଗାଁର। ତେବେ ଏଠାକାର ବାସିନ୍ଦା ଆଫଜାଲ ଏବଂ ଅରମାନଙ୍କ ବିବାହ ଶୋଭାଯାତ୍ରା ସମୟରେ ତାଙ୍କ ପରିବାର ତରଫରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଏପରି ଭାବେ ଉଡାଇଥିଲେ। ଯାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।