ଦୀପାବଳି ପାଇଁ ଗାଇଡଲାଇନ ଜାରି: ଏହିସବୁ ସ୍ଥାନରେ ଫୁଟାଇ ପାରିବେନି ବାଣ..
ଭୁବନେଶ୍ୱର: ଆସୁଛି ଆଲୋକର ପର୍ବ ଦୀପାବଳି। ଉତ୍ସବ ମନାଇବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏପଟେ ଆଜି ଦୀପାବଳି ପାଇଁ ନିୟମ ଜାରି କରିଛନ୍ତି ସରକାର। ସୁରକ୍ଷିତ ଦୀପାବଳି ପାଳନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଦିଆଯାଇଛି ଅନୁମତି। ସେହିପରି ଉଚ୍ଚ ଧ୍ଵନିଯୁକ୍ତ ବାଣ ନଫୁଟାଇବାକୁ ମଧ୍ୟ ବାରଣ କରିଛି ବୋର୍ଡ। ୧୨୫ ଡେସିବେଲ୍ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା କରାଯାଇଛି।
ଗାଇଡ୍ଲାଇନ୍ ଅନୁଯାୟୀ, ପାର୍କ, ନୀରବପୂର୍ଣ୍ଣ ଅର୍ଥାତ ସାଇଲେନ୍ସ ଜୋନରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ସେହିପରି ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ଓ କୋର୍ଟଠାରୁ ୧୦୦ ମିଟର ଭିତରେ ବାଣ ଫୁଟାଇବାକୁ ମନା କରାଯାଇଛି। ଖୋଲା ସ୍ଥାନରେ କେବଳ ସବୁଜ ବାଣ ଅର୍ଥାତ ରସାୟନବିହୀନ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ବସ୍ତି ସହ ରାସ୍ତା ଓ ଜନ ଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାକୁ ବାରଣ କରାଯାଇଛି। ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ଦେବାକୁ ମନା କରାଯାଇଛି। ସେହିପରି ବେରିୟମ ଓ ରସାୟନଯୁକ୍ତ ବା କେମିକାଲ ବାଣ ବିକ୍ରି, ବ୍ୟବହାର ଉପରେ ରୋକ ଲଗାଯାଇଛି।
Comments are closed.