Latest Odisha News

ଗଣେଶ ପୂଜା ବିସର୍ଜନ ପାଇଁ ଆସିଲା ଗାଇଡଲାଇନ୍‌…

ଭୁବନେଶ୍ୱର: ଗଣେଶ ପୂଜା ବିସର୍ଜନ ପାଇଁ ଗାଇଡଲାଇନ୍‌ ଜାରି କଲା ବିଏମସି । ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି । ଏନେଇ ବିସର୍ଜନ ପାଇଁ ବିଏମସି ତରଫରୁ ସମସ୍ତ ଆୟୋଜନ ହୋଇଛି ।

ତେବେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀର ଦୁଇଟି ସ୍ଥାନ ଚି଼ହ୍ନଟ କରାଯାଇଛି । ସେଗୁଡିକ ହେଲା ଟଙ୍କପାଣି ବ୍ରିଜ୍ ଏବଂ ଦୟାନଦୀ କୂଳ । ଅନ୍ୟପଟେ ଯେଉଁମାନେ ଚାହିଁବେ ବିସର୍ଜନ ପାଇଁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ମୂର୍ତ୍ତି ଦେଇପାରିବେ । ଏନେଇ ରାଜଧାନୀର ୮ଟି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ହସ୍ଥାନ୍ତର ଲାଗି ଲିଷ୍ଟ ଜାରି ହୋଇଛି । ଉକ୍ତ ମୂର୍ତ୍ତିକୁ ବିଏସସି ବିସର୍ଜନ କରିବ ।

ଗାଇଡଲାଇନ୍‌ ଅନୁଯାୟୀ, ଧାର୍ମିକ ଭାବନାକୁ ସମ୍ମାନ ଦେଇ ସଠିକ ଭାବେ ଯଥା ସ୍ଥାନରେ ମୂର୍ତ୍ତିକୁ ସମ୍ମାନର ସହ ରଖିବେ । ଡେପୁଟି କମିଶନର ଏହାର ତଦାରଖ କରିବେ । ଗାଡ଼ି ମାଧ୍ୟମରେ ବିସର୍ଜନ ସ୍ଥଳରେ ମୂର୍ତ୍ତି ପହଞ୍ଚାଯିବ । ଏନେଇ ଶ୍ରମିକ ଆବଶ୍ୟକ ହେଲେ ଏନ୍‌ଜିଓ ମାଧ୍ୟମରେ ବ୍ୟବସ୍ଥା କରାଯିବାର କାର୍ଯ୍ୟକ୍ରମ ରହିଛି ।

Comments are closed.