Latest Odisha News

BREAKING NEWS

ପିଜି ବଳକା ସିଟରେ ଆଡମିଶନ ପାଇଁ ଆସିଲା ଗାଇଡଲାଇନ୍

ଭୁବନେଶ୍ୱର: ପୋଷ୍ଟ ଗ୍ରାଜୁଏଟ୍ (ପିଜି)ଲାଗି ସ୍ପଟ୍-୨ ଆଡମିଶନ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଗୁରୁବାର ଦିନ ସମୟସୀମା ଏବଂ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଆଡମିଶନ ପାଇଁ ମେରିଟ୍ ଲିଷ୍ଟ୍ ଆସନ୍ତା ଫେବୃଆରୀ ୬ ତାରିଖରେ ପ୍ରକାଶ ପାଇବ। ଏହି ତାଲିକାରେ ଥିବା ଛାତ୍ରଛାତ୍ରୀ ମାନେ ଫେବୃଆରୀ ୮ ଓ ୯ ତାରିଖରେ ନିଜ ନିଜ ଅନୁଷ୍ଠାନରେ ଜଣାଇବେ।

ସେହିପରି ଆଡମିଶନ ପାଇଁ ମନୋନୀତ ଛାତ୍ରଛାତ୍ରୀ ମାନଙ୍କର ତାଲିକା ଫେବୃଆରୀ ୧୦ ତାରିଖରେ ପ୍ରକାଶ ପାଇବ ଏବଂ ଫେବୃଆରୀ ୧୧ରେ ସେମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ |

ଫେବୃଆରୀ ୧୧ରେ ମନୋନୀତ ଛାତ୍ରଛାତ୍ରୀଙ୍କ ଆଡମିଶନ ପରେ ଫେବୃଆରୀ ୧୨ ତାରିଖର‌େ ସାମସ୍ ପୋର୍ଟାଲ (https://samsodisha.gov.in)ରେ ଆଡମିଶନ ତଥ୍ୟ ଅପଲୋଡ୍ କରିବ‌େ। ପରର୍ବତ୍ତୀ ସମୟରେ ବଳକା ସିଟର‌େ ଆଡମିଶନ ଆସନ୍ତା ଫେବୃଆରୀ ୨୦ ତାରିଖ ଯାଏଁ ଜାରି ରହିବ ବ‌ୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.