Latest Odisha News

BREAKING NEWS

ଡ୍ରେସିଂ ରୁମରେ ସବୁ ବିଷୟରେ ଆଲୋଚନା ହୁଏ, କୃଷକ ଆନ୍ଦୋଳନ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା: କୋହଲି

ଚେପକ: କୃଷକ ଆନ୍ଦୋଳନ ନେଇ ଡ୍ରେସିଂ ରୁମରେ ଏବଂ ଟିମ୍ ବୈଠକରେ ଆଲୋଚନା ହୋଇଛି ବୋଲି ରେଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି । ସୂଚନାଯୋଗ୍ୟ, ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ ଫେବୃୟାରୀ ୫ରୁ ଆରମ୍ଭ ହେବାକୁ ଯାଉଛି । ଦେଶରେ ଯେ କୌଣସି ବିଷୟ ଜୋର ଧରିଥାଏ ଆମେ ସେ ବିଷୟରେ ଆଲୋଚନା କରିଥାଉ ଏବଂ ମତ ମଧ୍ୟ ରଖିଥାଉ ।

ବିଦେଶୀ ଲୋକ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପ୍ରସଙ୍ଗରେ ସେ କହିଥିଲେ, ଏହା ଆମର ଅଭ୍ୟନ୍ତରୀଣ ମାମଲା । ଅନ୍ୟମାନେ ମୁଣ୍ଡ ପୂରାଇବା ଠିକ୍ ନୁହେଁ । ଆମମାନଙ୍କୁ ଏଥର ଏକତ୍ର ରହିବାକୁ ପଡିବ । ଇଣ୍ଡିଆ ଟୁଗେଦର ଅଭିଯାନକୁ ମୁଁ ସମର୍ଥନ କରୁଛି ବୋଲି କୋହଲି କହିଛନ୍ତି ।

Leave A Reply

Your email address will not be published.