Latest Odisha News

ଆଇପିଏଲରେ ଗୁଜରାଟର ସବୁଠାରୁ କମ ସ୍କୋର

ଅହମ୍ମଦାବାଦ: ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୮୯ ରନରେ ଗୁଜରାଟ ଟାଇଟାନ୍ସକୁ ଅଲଆଉଟ କରି ଦେଇଛି । ଆଇପିଏଲରେ ଗୁଜରାଟର ଏହା ସବୁଠାରୁ କମ ଦଳଗତ ସ୍କୋର । ପୂର୍ବରୁ ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦଳ ୧୨୫ରେ ଅଲଆଉଟ ହୋଇଥିଲା । ଟସ ଜିତି ଦିଲ୍ଲୀ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଦିଲ୍ଲୀ ବୋଲରଙ୍କ ଚମତ୍କାର ବୋଲିଂ ଆଗରେ ଗୁଜରାଟ ଟିମ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ପଡିଥିଲା । ରଶିଦ ଖାଁଙ୍କ ୩୧, ସାଇ ସୁଦର୍ଶନ ୧୨ ଓ ରାହୁଲ ଟେୱାଟିଆ ୧୦ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ ।

ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଈଶାନ୍ତ ଶର୍ମା ଓ ଟ୍ରିଷ୍ଟାନ ଷ୍ଟବ୍ସ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଟୁର୍ଣ୍ଣାମେଂଟରେ ତିଷ୍ଠି ରହିବା ପାଇଁ ଦିଲ୍ଲୀକୁ ବିଜୟ ହାସଲ କରିବା ଜରୁରୀ ଥିବା ବେଳେ ସେମାନଙ୍କ ନିକଟରେ ଏହି ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଗୁଜରାଟ ୬ ମ୍ୟାଚରେ ୬ ଓ ଦିଲ୍ଲୀ ୬ ମ୍ୟାଚରୁ ୪ ପଂଏଟ ହାସଲ କରିଛି ।

Leave A Reply

Your email address will not be published.