Latest Odisha News

BREAKING NEWS

ବଣାଇ ସାଙ୍ଗଠନିକ ଜିଲ୍ଲା ସଭାପତି ଅନିଲ କୁମାର ବାର୍ଲାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ବଣାଇ ସାଙ୍ଗଠନିକ ଜିଲ୍ଲା ସଭାପତି ଅନିଲ କୁମାର ବାର୍ଲାଙ୍କ ଆଜି ଦେହାନ୍ତ ଘଟିଛି । ସ୍ୱର୍ଗତଃ ବାର୍ଲାଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସୁନ୍ଦରଗଡ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଜୁଏଲ ଓରାମ ଏବଂ ସାଧାରଣ ସମ୍ପାଦକ(ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ପ୍ରମୁଖ ନେତୃବୃନ୍ଦ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସ୍ୱର୍ଗତଃ ବାର୍ଲା ଜଣେ ସୁସଙ୍ଗଠକ ଥିଲେ ଏବଂ ବଣାଇ ସାଙ୍ଗଠନିକ ଜିଲ୍ଲାରେ ପାର୍ଟିର ସଂଗଠନ ଅଭିବୃଦ୍ଧିରେ ତାଙ୍କର ଯୋଗଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ।

ସ୍ୱର୍ଗତଃ ବାର୍ଲାଙ୍କ ବିୟୋଗ ଆମ ପାର୍ଟି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ସ୍ୱର୍ଗତଃ ବାର୍ଲାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ସାମଲ, ବିରୋଧୀ ଦଳ ନେତା ମିଶ୍ର, ସୁନ୍ଦରଗଡ ସାଂସଦ ଓରାମ, ସାଧାରଣ ସମ୍ପାଦକ(ସଂଗଠନ) ମହାନ୍ତି ପ୍ରାର୍ଥନା କରିଛନ୍ତି।

Leave A Reply

Your email address will not be published.