Latest Odisha News

BREAKING NEWS

୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ

ଧାମନଗର: ଭଦ୍ରକ ଧାମନଗର ନିର୍ବାଚନଣ୍ଡଳୀ ପାଇଁ ମତଦାନ ଜାରି ରହିଛି ।  ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତ ଦାନ ହୋଇଛି । ଆରମ୍ଭରୁ ୫ଟି ବୁଥରେ ସାମାନ୍ୟ ତ୍ରୁଟି ଥିଲା, ତେବେ ପରେ ସବୁ ଠିକ୍ ଠାକ୍ ଚାଲିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

୧୩୯ ନମ୍ୱର ପୋଲିଂ ବୁଥର ଅଧିକାରୀ ନଟବର ମୁଣ୍ଡା ଗତକାଲି ଆସୁସ୍ଥ ହୋଇ ଏସସିବିରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି ସିଇଓ ।

Leave A Reply

Your email address will not be published.