ଭୁବନେଶ୍ୱର: ଶିକ୍ଷାକୁ ଅଗ୍ରାଧିକାର ଦେଇ ଜଣେ ଯୁବତୀ ନିଜ ବିବାହ ଦିନ ପରୀକ୍ଷା ଦେଲେ । ବିବାହ ବେଦୀରେ ହାତଗଣ୍ଠି ପଡିବା ପୂର୍ବରୁ ସେ କନ୍ୟା ବେଶରେ ପରୀକ୍ଷା ହଲରେ ଆସି ପହଂଚିଥିଲେ । ଏହି ଘଟଣାର ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।
ଗୁଜରାଟ ରାଜକୋଟ ଅଂଚଳର ଏହି ଯୁବତୀଙ୍କ ପରିଚୟ ହେଉଛି ଶିବାଙ୍ଗୀ ବଗ୍ଥରିୟା । ଶାନ୍ତି ନିକେତନ କଲେଜରେ ପଢୁଥିବା ଶିବାଙ୍ଗୀ ବ୍ୟାଚଲର୍ ଅଫ୍ ସୋସିଆଲ ୱାର୍କ ପାଠ୍ୟକ୍ରମର ପଂଚମ ସେମିଷ୍ଟାରର ଛାତ୍ରୀ । ନିଜ ବିବାହ ଦିନ ସେ ଲାଲ ରଙ୍ଗର ଲେହେଙ୍ଗା ଓ ସୁନା ଗହଣା ପିନ୍ଧି ପରୀକ୍ଷା ହଲରେ ବସି ପରୀକ୍ଷା ଦେଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ଶିବାଙ୍ଗୀ ନିଜ ଭାବି ସ୍ୱାମୀଙ୍କ ସହ ପରୀକ୍ଷା ଦେବାକୁ ଆସି ପହଂଚିଥିଲେ । ତେବେ ବିବାହ ତାରିଖ ପରୀକ୍ଷା ସୂଚୀ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବାରୁ ଏପରି ପରିସ୍ଥିତି ଉପୁଜୁଥିଲା ବୋଲି ଶିବାଙ୍ଗୀ ପ୍ରକାଶ କରିଥିଲେ । ଖାସ ପରୀକ୍ଷା ପାଇଁ ବିବାହର ମହୁରତ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା ।
Comments are closed.