Latest Odisha News

BREAKING NEWS

ଓକାକ ସିଇଓଙ୍କୁ ସାଇବର ଠକେଇ ମାମଲା: ଅନେକ ଗ୍ୟାଙ୍ଗଙ୍କ ସାମିଲକୁ ନେଇ ଆସିଲା ତଥ୍ୟ

ଭୁବନେଶ୍ୱର: ଓକାକ୍ ସିଇଓଙ୍କୁ ସାଇବର ଠକେଇ ମାମଲାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା । ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ, ଆହୁରି ଅନେକ ଗ୍ୟାଙ୍ଗ ଏଥିରେ ସାମିଲ ଅଛନ୍ତି ।

ଓକାକ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ୍ ମାମଲାରେ ୨ଜଣଙ୍କ ଅଭିଯୁକ୍ତଙ୍କୁ ଗିରଫ ପରେ ପଚରାଉଚୁରା କରାଯାଇଛି । ଦିଲ୍ଲୀ ପୋଲିସ ସମେତ ଓଡ଼ିଶାର କ୍ରାଇମବ୍ରାଞ୍ଚ ଟିମ୍ ଏଥିରେ ସାମିଲ ଅଛନ୍ତି । ପାସ୍କେଲକୁ ପଚରାଉଚୁରା କରିବା ପରେ ସାମ୍ନାକୁ ଆସିଛି ଆହୁରି ତଥ୍ୟ । ଘଟଣାରେ ଆହୁରି ଅନେକ ସାଇବର ଅପରାଧୀଙ୍କ ହାତ ରହିଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋରରେ ଅଛନ୍ତି । ସମସ୍ତ ଠକ ନାଇଜେରିଆନ ଅଞ୍ଚଳର ବୋଲି ଜଣାପଡ଼ିଛି ।

ଦିଲ୍ଲୀ ପୋଲିସ ଗିରଫ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଭିସା ମଧ୍ୟ ଖାରଜ ହୋଇଯାଇଛି । ଏନେଇ କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ୨୦୧୨ରୁ ଭାରତ ଆସି ଏମାନେ ଏଠାରେ ରହିଆସୁଛନ୍ତି । ଧରା ହୋଇଥିବା ଦୁଇ ଠକ ମୁଖ୍ୟ ଅଭିଯୁକ୍ତ ନୁହଁନ୍ତି । ଏମାନେ କେବଳ ଆକାଉଣ୍ଟକୁ ଟଙ୍କା ଆସିବା ପରେ ଏଟିଏମରୁ ଟଙ୍କା ବାହାର କରିଥାନ୍ତି । ସେହି ବାବଦରେ ଏମାନେ ୧୦ ପ୍ରତିଶତ ଟଙ୍କା ନେଇଥାଆନ୍ତି । ଓକାକ ସିଇଓଙ୍କ ଟଙ୍କା ଦୁଇଟି ଆକାଉଣ୍ଟକୁ ଯାଇଥିଲା । ଗୋଟିଏ ଆକାଉଣ୍ଟକୁ ୫ଲକ୍ଷ ୯୫ହଜାର ଟଙ୍କା ଯାଇଥିବାବେଳେ ଅନ୍ୟ ଏକ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କାରୁ ଅଧିକ ଯାଇଛି ।

Leave A Reply

Your email address will not be published.