ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲା ସହିତ ଗୁଜୁରାଟର କିଛି ଅଂଶରେ ବର୍ତ୍ତମାନ ଡେଙ୍ଗୁ, ଚିକୁନ୍ଗୁନିଆ ଏବଂ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହେଉଥିବା ମାମଲା ସାମ୍ନାକୁ ଆସିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ଜାନୁଆରୀ ୨୦ ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ରାଜ୍ୟରେ ଡେଙ୍ଗୁ, ଚିକୁନ୍ଗୁନିଆ ଏବଂ ମ୍ୟାଲେରିଆ ରୋଗ ୧୧୦% ବୃଦ୍ଧି ପାଇଛି।
ଅହମ୍ମଦାବାଦ ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟ ବିଭାଗର ତଥ୍ୟରୁ ଜଣାପଡିଛି ଯେ ଗତ ବର୍ଷ ଜାନୁୟାରୀ ୨୦ ରୁ ସେପ୍ଟେମ୍ବର ୪ ମଧ୍ୟରେ ସହରରେ ୨୫୫ ଟି ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୬୮୪ ରେ ପହଞ୍ଚିଛି। ଏହି ସମୟରେ ଚିକୁନ୍ଗୁନିଆ ମାମଲା ଗତ ବର୍ଷ ୧୯୬ ରେ ରହିଥିଲା।
ଗତ ବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ ନଅ ମାସରେ ଡେଙ୍ଗୁ ରୋଗ ୫୮.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଜଳବାହୀ ରୋଗ ମଧ୍ୟ ବୃଦ୍ଧି ପାଇଛି ବୋଲି ଏମସି ଆକଳନରୁ ଜଣାପଡିଛି। ଜାନୁୟାରୀ ୨୧ ରୁ ସେପ୍ଟେମ୍ବର ୪ ମଧ୍ୟରେ ସହରରେ ମୋଟ ୬୪ ଟି କଲେରା ପଞ୍ଜିକୃତ ହୋଇଥିବାବେଳେ ଗତ ବର୍ଷ କଲେରାର କୌଣସି ମାମଲା ରିପୋର୍ଟ ହୋଇନାହିଁ।
Comments are closed.