Latest Odisha News

BREAKING NEWS

ଖେଳିବା ବୁଲିବା ବୟସରେ ସନ୍ନ୍ୟାସିନୀ ହେଲେ ୯ ବର୍ଷୀୟା ଦେବାଂଶୀ

ଗୁଜୁରାଟ: ସଂସାରରେ ରହି ସାଂସାରିକ ଜୀବନର ମୋହ, ମାୟା ତୁଟାଇ ବୈରାଗୀ ହେବାଟା କିଛି ସହଜ କଥା ନୁହେଁ । ବାପା ଜଣେ ପ୍ରଖ୍ୟାତ ହୀରା ବ୍ୟବସାୟୀ। ପାଖରେ ଟଙ୍କା ପଇସାର ଅଭାବ ନାହିଁ । ତଥାପି ଏସବୁ ପଛରେ ପକାଇ ସନ୍ନ୍ୟାସିନୀ ହୋଇଛନ୍ତି ଜଣେ ୯ ବର୍ଷର ଝିଅ।

ଗୁଜୁରାଟର ଜଣେ ପ୍ରଖ୍ୟାତ ହୀରା ବ୍ୟବସାୟୀଙ୍କ ଝିଅ ସନ୍ୟାସୀ ହେବା ପାଇଁ ବିଳାସପୂର୍ଣ୍ଣ ଜୀବନ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ‘ସାଙ୍ଗଭି ଆଣ୍ଡ ସନ୍ସ’ ନାମକ ଏକ ହୀରା କମ୍ପାନୀ ଚଳାନ୍ତି ଧନେଶ ସାଙ୍ଗଭି, ଯାହା ଦୁନିଆର ସର୍ବ ପୁରାତନ ହୀରା କମ୍ପାନୀ ମଧ୍ୟରୁ ଅନ୍ୟତମ | ଧନେଶ ଓ ଆମି ସାଂଘଭିଙ୍କର ଦୁଇ ଝିଅଥିବା ବେଳେ, ବଡ଼ ଝିଅ ଦେବାଂଶୀ ମାତ୍ର ୯ ବର୍ଷ ବୟସରେ ଜୈନ ସନ୍ୟାସିନୀ ଦୀକ୍ଷା ଗ୍ରହଣ କରିଛନ୍ତି ।

ଶିଶୁ ଅବସ୍ଥାରେ ହିଁ ଦେବାଂଶୀ ଆଧ୍ୟାତ୍ମିକତା ପ୍ରତି ଢଳିଥିଲେ ଓ ସନ୍ୟାସୀ ଜୀବନ ପ୍ରତି ଆକୃଷ୍ଟ ହୋଇଥିଲେ । ଏପରି କି ସେ କିଛି ଜୈନ ସନ୍ୟାସୀଙ୍କ ସହ ୭୦୦ କିଲୋମିଟର ଯାତ୍ରା କରିଥିଲେ । ସୁରଟର ବେସୁ ଅଂଚଳରେ ଅନୁଷ୍ଠିତ ଏକ ଧାର୍ମିକ ସମାରୋହରେ ତାଙ୍କୁ ଦୀକ୍ଷା ଦିଆଯାଇଛି । ହଜାର ହଜାର ଲୋକଙ୍କ ଉପସ୍ଥିତିରେ, ତାଙ୍କର ଗତ କାଲି ସକାଳ ୬ଟାରୁ ଆରମ୍ଭ ହୋଇଥିଲା ଏହି ସମାରୋହ । ଓଟ, ହାତୀ, ଘୋଡା ସହିତ ଏକ ବିଶାଳ ଶୋଭାଯାତ୍ରାର  ଆୟୋଜନ ବି କରାଯାଇଥିଲା ।

ଦୀକ୍ଷାଗ୍ରହଣର ଗୋଟିଏ ଦିନ ପୂର୍ବରୁ ସହରରେ ଓଟ, ହାତୀ, ଘୋଡା ସହିତ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ତାଙ୍କ ପରିବାର ପୂର୍ବରୁ ବେଲଜିୟମରେ ମଧ୍ୟ ଏକ ସମାନ ଶୋଭାଯାତ୍ରା ଆୟୋଜନ କରିଥିଲେ । ପିଲାଦିନରୁ ଦେବାଶୀଂ ପରିବାରର ଅନ୍ୟ ସଦସ୍ୟଙ୍କ ପରି ସରଳ ଜୀବନଯାପନ କରିବା ସହ ଦିନକୁ ତିନିଥର ପ୍ରାର୍ଥନା କରୁଥିଲେ। ନା ସେ କେବେବି ଟିଭି କିମ୍ବା ସିନେମା ଦେଖିଛନ୍ତି ନା କେବେ କୈାଣସି ରେଷ୍ଟୁରାଣ୍ଟ କିମ୍ବା ବିବାହ ଉତ୍ସବକୁ ଯାଇଛନ୍ତି ।  ସେ ଏପର୍ଯ୍ୟନ୍ତ ପ୍ରାୟ ୩୬୭ଟି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଦେବାଶୀଂ ବଡ ହୋଇ କୋଟି କୋଟି ମୂଲ୍ୟର ହୀରା ବ୍ୟବସାୟର ଉତ୍ତରାଧିକାରୀ ହୋଇଥାନ୍ତେ ।  କିନ୍ତୁ ଏହି ସବୁ ତ୍ୟାଗ କରି ସେ ନିଜ ପାଇଁ ସନ୍ନ୍ୟାସୀ ଜୀବନ ବାଛି ନେଇଛନ୍ତି ।

Leave A Reply

Your email address will not be published.