Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ, ପ୍ରେମିକାକୁ ଭିଡିଓ କଲ୍ କରି ଜୀବନ ହାରିଲେ ଯୁବକ

ଭୁବନେଶ୍ୱର: ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା । ଆଜି ଗୋଟିଏ ଦିନରେ ରାଜଧାନୀରେ ୨ ଜଣ ଯୁବକ ଦୁଇଟି ପୃଥକ ମାମଲାରେ ଆତ୍ମହତ୍ୟା କରିଛନ୍ତି । ଗୋଟିଏ ଘଟଣା ଧଉଳି ଥାନା ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି ଘଟିଛି ଲିଙ୍ଗରାଜ ଥାନା ଅଞ୍ଚଳରେ ।

ଲିଙ୍ଗରାଜ ଥାନା ଅଞ୍ଚଳର ଏକ ଘରୁ ଯୁବକଙ୍କ ମୃତଦେହ ମିଳିଛି । ତ୍ରିକୋଣୀୟ ପ୍ରେମକୁ ନେଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ଅନୁସାରେ, ମୃତକ ଜଣଙ୍କ ଡ୍ରାଇଭର ଥିଲେ । ନିକଟରେ ସେ ତାଙ୍କ ପ୍ରେମିକାଙ୍କ ଗୁପ୍ତ ସମ୍ପର୍କ ଅନ୍ୟ ଜଣେ ସାଙ୍ଗଙ୍କ ସହ ଥିବା ଜାଣିବାକୁ ପାଇଥିଲେ ।  ଯାହାକୁ ନେଇ ବିଚଳିତ ଥିବା ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା କୁହା ଯାଉଛି ।

ଅନ୍ୟ ଏକ ଘଟଣାରେ ଧଉଳି ଥାନା ନୂଆଗାଁରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ମୃତକ ଜଣଙ୍କ ଶଶିଭୂଷଣ ପ୍ରଧାନ ବୋଲି ଜଣାପଡ଼ିଛି । ଦେବଗଡ଼ର ଶିଶଭୂଷଣ ବିଗତ କିଛି ମାସ ହେଲା ଏକ ହଷ୍ଟେଲରେ ରହୁଥିଲେ । ନିକଟରେ ସେ ବେଙ୍ଗଳୁରୁରୁ ଚାକିରି ଛାଡ଼ି ପଳାଇ ଆସିଥିଲେ ।

ତେବେ ବେଙ୍ଗଳୁରୁରୁ ଆସିବା ପରେ ଘରକୁ ନ ଯାଇ ଭୁବନେଶ୍ୱରରେ ରହି ଚାକିରି ସନ୍ଧାନ କରୁଥିଲେ । ତାଙ୍କ ପକେଟରୁ ଏକ ଚିଠି ମିଳିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.