Latest Odisha News

ଛଅ କିଲୋର ହୀରା ମୁକୁଟ ପିନ୍ଧିବେ ରାମଲାଲା, ସୁରଟର ଏହି ବ୍ୟବସାୟୀ ଦେଲେ ଦାନ

ଅଯୋଧ୍ୟା: ସମାପ୍ତ ହୋଇଛି ଅଯୋଧ୍ୟାରେ ରାମମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ । ନିଜ ଜନ୍ମସ୍ଥାନରେ ବିରାଜମାନ ହୋଇଛନ୍ତି ପ୍ରଭୁ ରାମଲାଲା । ସେଥିପାଇଁ ସାରା ଦେଶରେ ଗତକାଲି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଜି ରାମଲାଲାଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ୫୧ଇଞ୍ଚର ପ୍ରଭୁ ରାମଲାଲାଙ୍କ ମୂର୍ତ୍ତିର ପ୍ରଥମ ଝଲକ ବେଶ୍ ମନମୋହକ ଦେଖାଯାଉଛି । ରାମଲାଲାଙ୍କ ମୂର୍ତ୍ତିର ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ଅନେକ ଆଭୁଷଣରେ ଖଞ୍ଜା ଯାଇଛି । ହାତରେ ସୁନାର ଧନୁ-ବାଣ, ମଥାକୁ ରୁପା ଏବଂ ଲାଲ ତିଲକରେ ସୁଶୋଭିତ କରାଯାଇଛି । ଖୁସିରେ ଅନେକ ଭକ୍ତ ପ୍ରଭୁ ରାମଚନ୍ଦ୍ରଙ୍କୁ ଅନେକ ମୁଲ୍ୟବାନ ଜିନିଷ ପ୍ରଦାନ କରିଛନ୍ତି । କିଏ ୧କିଲୋ ସୋନା ଦାନ କରିଛି ତ କିଏ ପୁଣି ହୀରାର ମୁକୁଟ ।

ଗୁଜୁରାଟ ସୁରଟର ହୀରା ବ୍ୟବସାୟୀ ମୁକେଶ୍ ପଟେଲ ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ସ୍ଥାପିତ ପ୍ରଭୁ ରାମଲାଲାଙ୍କ ପାଇଁ ଏକ ହୀରାର ମୁକୁଟ ଦାନ କରିଛନ୍ତି । ଯାହାର ମୁଲ୍ୟ ୧୧କୋଟି ରହିଛି । ଏହି ମୁକୁଟକୁ ନବନିର୍ମିତ୍ତ ରାମମନ୍ଦିରରେ ବିରାଜମାନ ପ୍ରଭୁ ରାମଲାଲାଙ୍କ ପାଇଁ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଛି । ସୁରଟର ଗ୍ରୀନ ଲ୍ୟାବ ଡାଇମଣ୍ଡ କମ୍ପାନୀର ମାଲିକ ମୁକେଶ ପଟେଲ ଭଗବାନ ରାମଙ୍କୁ ସୁନା, ହୀରା ଏବଂ ଅନ୍ୟାନ୍ୟ ମୁଲ୍ୟବାନ ରତ୍ନରେ ସୁସଜ୍ଜିତ ୬କିଲୋଗ୍ରାମରର ଏକ ମୁକୁଟ ଭେଟି ଦେଇଛନ୍ତି । ମୁକେଶ ପଟେଲ ନିଜେ ପରିବାର ସହିତ ଅଯୋଧ୍ୟାରେ ପହଞ୍ଚି ମନ୍ଦିର ଟ୍ରଷ୍ଟର ଚେୟାରମ୍ୟାନ୍ ଚମ୍ପତ ରାୟଙ୍କୁ ଏହି ଭେଟି ଦେଇଥିଲେ । ଏହି ସମୟରେ ମନ୍ଦିରର ମୁଖ୍ୟ ପୁରୋହିତ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏବେ ଏହି ମୁକୁଟକୁ ରାମଲାଲାଙ୍କ ମସ୍ତକରେ ପିନ୍ଧାଯିବ ।

ବିଶ୍ୱ ହିନ୍ଦୁ ପରିଷଦର କୋଷାଧ୍ୟକ୍ଷ ଦୀନେଶ ନବାଦିୟା କହିଛନ୍ତି ଯେ, ଗ୍ରୀନ୍ ଲ୍ୟାବ ଡାଇମଣ୍ଡର ମୁକେଶ ଭାଇ ପଟେଲ ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କୁ ମୁକୁଟ ଏବଂ ଅଳଙ୍କାର ପ୍ରଦାନ କରିବେ। ସେ କହିଛନ୍ତି ଯେ, ପ୍ରଭୁ ଶ୍ରୀ ରାମଙ୍କ ମୂର୍ତ୍ତିର ମଥାର ମାପ କରିବା ପାଇଁ ଗ୍ରୀନ୍ ଲ୍ୟାବ୍ କମ୍ପାନୀର ଦୁଇଜଣ କର୍ମଚାରୀଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅଯୋଧ୍ୟାକୁ ପଠାଯାଇଥିଲା । ମୂର୍ତ୍ତିର ମାପ ନେବା ପରେ ଗ୍ରୀନ୍ ଲ୍ୟାବ୍ କମ୍ପାନୀର କର୍ମଚାରୀମାନେ ସିଧାସଳଖ ସୁରଟକୁ ଆସିଥିଲେ । ଏହାପରେ ରାମଲାଲା ପାଇଁ ମୁକୁଟ ତିଆରି କାମ ଆରମ୍ଭ ହୋଇଥିଲା।

 

Comments are closed.