Latest Odisha News

BREAKING NEWS

ଚିତା ପରିବାରରେ ଖୁସିର ମାହୋଲ, କୁନୋ ଜାତୀୟ ଉଦ୍ୟାନରେ 3 ଶାବକଙ୍କୁ ଜନ୍ମ ଦେଇଛି ଜ୍ବାଲା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଲଗାତାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆସୁଥିବା ଚିତାଙ୍କ ମଧ୍ୟରେ 10 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଯାହା ଉଦ୍ୟାନ କତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବାବେଳେ, ଏହି ସମୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି । କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆସିଥିବା ଏକ ଚିତା 3 ଜଣ ଶାବକଙ୍କୁ ଜନ୍ମ ଦେଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ଏହା ସହ କିଛି ସପ୍ତାହ ପୂର୍ବରୁ, ଅନ୍ୟ ଏକ ଚିତା 3 ଟି ଛୁଆ ଜନ୍ମ ଦେଇଥିବା ମନ୍ତ୍ରୀ ଟ୍ବିଟ୍ ରେ ଜଣାଇଛନ୍ତି ।

ନୂତନ ଶାବକଙ୍କୁ ଜନ୍ମ ଦେଇଥିବା ଚିତା ର ନାଁ ହେଉଛି ଜ୍ବାଲା । ଏହା ପୂର୍ବରୁ ସେ ନାମିବିଆରେ ଥିବା ସମୟରେ 4 ଟି ଶାବକଙ୍କୁ ଜନ୍ମ ଦେଇଥିଲା ସେଥିମଧ୍ୟରୁ ମାତ୍ର ଗୋଟିଏ ଶାବକ ଜୀବିତ ରହିପାରିଥିଲା ଅନ୍ୟ 3 ଜଣଙ୍କର ମୃତ୍ୟୁ ହୋଇଥିଲା । ଜ୍ୱାଲା ଏବଂ ଆଶା ହେଉଛନ୍ତି ସେହି ଦୁଇ ଚିତା, ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପ୍ରୋଜେକ୍ଟ ଚିତା’ ଅଧୀନରେ ନାମିବିଆରୁ ଭାରତକୁ ଅଣାଯାଇଥିଲା । ସ୍ବାଧୀନ ଭାରତରେ ବିଲୁପ୍ତ ହୋଇଯାଇଥିବା ଏହି ବୃହତ ମାଂସାହାରୀ ପ୍ରଜାତିର ଜନସଂଖ୍ୟା ବୃଦ୍ଧି କରିବାକୁ ଏହି ଯୋଜନାର ଲକ୍ଷ୍ୟ ରହିଛି ।

ସେପ୍ଟେମ୍ବର 2022 ରେ 8 ଟି ଚିତାବାଘର ପ୍ରଥମ ବ୍ୟାଚ୍ ଭାରତକୁ ଅଣାଯାଇଥିଲା । ଗତ ବର୍ଷ ଫେବୃଆରୀରେ ଦକ୍ଷିଣ ଆଫ୍ରିକାରୁ 12 ଟି ଚିତାବାଘର ଦ୍ୱିତୀୟ ବ୍ୟାଚ୍ ଅଣାଯାଇଥିଲା । ଏହାପରେ ନାମିବିଆ ଏବଂ ଦକ୍ଷିଣ ଆଫ୍ରିକାରୁ ଆଣିଥିବା 20 ଟି ବୟସ୍କ ଚିତାଙ୍କ ମଧ୍ୟରୁ 10 ଜଣଙ୍କ ମୃତ୍ୟୁ ପରେ ଚିତା ସଂରକ୍ଷଣ ପ୍ରକଳ୍ପକୁ ତୀବ୍ର ସମାଲୋଚନା କରାଯାଇଥିଲା ।

Leave A Reply

Your email address will not be published.