ଅହମ୍ମଦାବାଦ: ଟୋକିଓ ପାରାଲିମ୍ପିକ୍ସର ରୌପ୍ୟ ପଦକ ବିଜୟିନୀ ଭାବିନାବେନ୍ ପଟେଲଙ୍କୁ ନେଇ ସାରା ଦେଶରେ ଖୁସିର ମାହୋଲ । ଟେବୁଲ ଟେନିସରେ ସେ ମେଡାଲ ଜିତିଛନ୍ତି । ସଫଳତା ପରେ ତାଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ । ଏଥିସହ ଚାକିରି ଦେବେ ରାଜ୍ୟ ସରକାର ।
CM Shri @vijayrupanibjp announces a cash prize of ₹ 3 crore for Bhavina Patel, a para-paddler from Mehsana district, under the State Govt’s ‘Divyang Khel Ratna Protsahan Puraskar Yojana’ for her historic achievement at the #TokyoParalympics
— CMO Gujarat (@CMOGuj) August 29, 2021
ପ୍ରଥମ ଭାରତୀୟ ଭାବରେ ଟେବୁଲ ଟେନିସରେ ଅଲିମ୍ପିକ୍ସ ମେଡାଲ୍ ଜିତିଛନ୍ତି ଭାବିନା । ଫାଇନାଲ ମୁକାବିଲାରେ ସେ ଚୀନ ଖେଳାଳି ୟିଙ୍ଗ ଝୁଙ୍କଠାରୁ ୦-୩ ସେଟରେ ପରାସ୍ତ ହୋଇଥିଲେ । ଭାବିନା ପ୍ରଥମ ଥର ପାରାଲିମ୍ପିକ୍ସରେ ଭାଗ ନେଇଥିଲେ ଓ ପଦକ ଆଣିବାରେ ବି ସଫଳ ହୋଇଛନ୍ତି । କିନ୍ତୁ ସ୍ୱର୍ଣ୍ଣ ଆଣିବାରେ ସଫଳ ହୋଇ ପାରିଲେ ନାହିଁ ।
An accomplishment that will echo through #IND ?️
Bhavina Patel receives her medal as she wins the nation’s first #silver in #ParaTableTennis at the #Tokyo2020 #Paralympics ❤️pic.twitter.com/l4xzgHpYWK
— #Tokyo2020 for India (@Tokyo2020hi) August 29, 2021
ରୌପ୍ୟ ପଦକ ଜିତିବା ପରେ ଭାବିନା କହିଥିଲେ, ଆଜିର ମ୍ୟାଚକୁ ନେଇ ସାମାନ୍ୟ ନରଭସ୍ ଥିଲେ । ରଣନୀତିକୁ ଠିକ୍ ଭାବରେ ପ୍ରୟୋଗ କରିପାରି ନଥିଲେ । ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବେ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ରୌପ୍ୟ ପଦକୁ ଉତ୍ସର୍ଗ କରିଥିବା କହିଥିଲେ ଭାବିନାବେନ୍ ପଟେଲ୍ ।
Comments are closed.