Latest Odisha News

BREAKING NEWS

ଅହମ୍ମଦାବାଦରେ ରଥଯାତ୍ରା ଲାଗି ମିଳିଲା ଅନୁମତି; ସୀମିତ ଭକ୍ତଙ୍କ ଦ୍ୱାରା ରଥ ଟାଣିବାକୁ ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅହମ୍ମଦାବାଦ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପୁରୀ ପରେ ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରାକୁ ମିଳିଛି ଅନୁମତି । ଅହମ୍ମଦାବାଦରେ ରଥଯାତ୍ରା ହେବା ନେଇ ସୋମବାର ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଶୁଣାଣି କରିଛନ୍ତି ଗୁଜରାଟ ହାଇକୋର୍ଟ ।

ହାଇକୋର୍ଟ ଏକ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ମହାମାରୀ ଯୋଗୁଁ କଟକଣାଯୁକ୍ତ ରଥଯାତ୍ରା ସୀମିତ ଭକ୍ତଙ୍କୁ ନେଇ ପାଳନ କରିବାକୁ ଗୁଜରାଟ ହାଇକୋର୍ଟ ତାଙ୍କ ଶୁଣାଣିରେ ଅନୁମତି ପ୍ରଦାନ କରିଛନ୍ତି ।

ପୂର୍ବରୁ ଅହମ୍ମଦାବାଦରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଥଯାତ୍ରାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ସୂଚନାଯୋଗ୍ୟ, ସୋମବାର ଦିନ ଉଚ୍ଚତମ ନ୍ୟାୟାଳୟ ପୁରୀରେ ରଥଯାତ୍ରା ଉତ୍ସବ ପାଳନ ଲାଗି ଅନୁମତି ପ୍ରଦାନ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ ଏ ବୋବଡେଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ବିନା ଭକ୍ତଙ୍କ ଉପସ୍ଥିତିରେ କଟକଣାଯୁକ୍ତ ରଥଯାତ୍ରା କରିବାକୁ ରାଜ୍ୟ ସରକାରଙ୍କୁ ଅନୁମତି ପ୍ରଦାନ କରିଥିଲେ । ଏନେଇ ଏକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଥିଲେ ସୁପ୍ରିମକୋର୍ଟ ।

Leave A Reply

Your email address will not be published.