Latest Odisha News

BREAKING NEWS

ସବୁ ଲୀଳାମୟଙ୍କ ଲୀଳା …

ପୁରୀ: କାଳିଆ ଠାକୁରଙ୍କ ଲୀଳା ଅପାର । ଗତ ଶୁକ୍ରବାର ରଥ ଯାତ୍ରା ନ ହେବା ନେଇ ନିଷ୍ପତ୍ତି ପରେ ଭାଙ୍ଗିପଡିଥିଲେ ଭକ୍ତ । ତଥାପି କେଉଁଠି ନା କେଉଁଠି ଥିଲା ଆଶାର କିରଣ । ଭକ୍ତ ଗୁହାରି କଲେ ହେ ମହାପ୍ରଭୁ ତମକୁ କଣ ଚଳିତ ବର୍ଷ ବଡଦାଣ୍ଡରେ ଦେଖିବୁନି । ଏଥର କଣ ତମେ ମାଉସୀ ଘର ଯିବନି । ଆମେ ପଛେ ଦୂରରେ ଥାଇ ତମକୁ ଦେଖିବୁ ବଡଦାଣ୍ଡକୁ ଯିବୁନି । ତମେ କିନ୍ତୁ ବଡଦାଣ୍ଡକୁ ଓହ୍ଲେଇ ଆସ । ସେ ତ ନଟିଆ ଠାକୁର । କେତେ ନାଟ କଲେ କିନ୍ତୁ ଭକ୍ତଙ୍କୁ ନିରାଶ କଲେନି ।

ପୁଣି ସୋମବାର ସୁପ୍ରିକୋର୍ଟ ନିର୍ଦ୍ଦେଶ ଦେଲେ ରଥଯାତ୍ରା ହେବ କିନ୍ତୁ କଟକଣା ଭିତରେ ।ବଡଦାଣ୍ଡକୁ ଆସିବେନି ଭକ୍ତ । ଘରେ ଟିଭିରେ ଏହାର ସିଧାପ୍ରସାରଣ ଦେଖିବେ ।

ଏସବୁ ଭିତରେ ଆଜି ଭୋରରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇସାରିଛି । ସକାଳ ୭ଟାରେ ତିନି ଠାକୁରଙ୍କ ପହଣ୍ଡି ହେବ । ୧୦ଟାରେ ଛେରାପହଁରା ଓ ଦିନ ୧୨ଟାରେ ରଥଟଣା ହେବ ।

Leave A Reply

Your email address will not be published.