Latest Odisha News

BREAKING NEWS

15 Pakistanis Arrested: ଗୁଜୁରାଟ କଚ୍ଛରେ ଅନୁପ୍ରବେଶ ଉଦ୍ୟମ ବିଫଳ,୧୫ ପାକିସ୍ତାନୀ ଗିରଫ

ଅହମଦାବାଦ: ଗୁଜୁରାଟର କଚ୍ଛ ଜିଲ୍ଲାର କୋରି କ୍ରିକ୍ ଅଞ୍ଚଳରୁ ୧୫ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି ସୀମା ସୁରକ୍ଷା ବଳ (BSF) । କ୍ରିକ୍ ଅଞ୍ଚଳରେ ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ବିଏସଏଫ୍ ପାଟ୍ରୋଲିଂ କରିବାବେଳେ ଜାଣିବାକୁ ପାଇଥିଲା ଏହି ସମୟରେ ଯବାନମାନେ ଏକ ପାକିସ୍ତାନୀ ଡଙ୍ଗା ଧରିଥିଲେ । ଡଙ୍ଗାରେ ଉପସ୍ଥିତ କିଛି ଲୋକ ବିଏସଏଫକୁ ଦେଖିବା ମାତ୍ରେ ପଳାଇ ଯାଇଥିଲେ, କିନ୍ତୁ ଯବାନ ମାନେ ୧୫ ଜଣ ଅନୁପ୍ରବେଶକାରୀଙ୍କୁ ଧରିବାରେ ସଫଳ ହୋଇଥିଲେ ।

ବିଏସଏଫ ଅଧିକାରୀମାନେ କହିଛନ୍ତି ଯେ, ଗିରଫ ଅନୁପ୍ରବେଶକାରୀଙ୍କୁ ପଚରାଉଚରା କରାଯାଉଛି ଏବଂ ସେମାନଙ୍କଠାରୁ ଉଦ୍ଧାର ହୋଇଥିବା ଜିନିଷଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଉଛି । ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ, ଏହି ଲୋକମାନେ ବେଆଇନ ଭାବରେ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଜବତ ଜିନିଷଗୁଡ଼ିକରୁ ଖାଦ୍ୟ ସାମଗ୍ରୀ, ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଳିଛି ।

କ୍ରିକ୍ ଅଞ୍ଚଳକୁ ଭାରତ-ପାକିସ୍ତାନ ସୀମାର ଏକ ସମ୍ବେଦନଶୀଳ ଅଞ୍ଚଳ ଭାବରେ ବିବେଚନା କରାଯାଏ । ଏଠାରେ ସମୁଦ୍ର ପଥ ଦେଇ ସର୍ବଦା ଅନୁପ୍ରବେଶ ହେବାର ସମ୍ଭାବନା ରହିଥାଏ । ଘଟଣା ପରେ, ବିଏସଏଫ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ଏବଂ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ଯବାନମାନେ ଆଖପାଖ ଅଞ୍ଚଳରେ ପାଟ୍ରୋଲିଂ କରୁଛନ୍ତି ଯାହା ଦ୍ୱାରା ଆଉ କୌଣସି ଅନୁପ୍ରବେଶ ଉଦ୍ୟମ ହୋଇପାରିବ ନାହିଁ ।

Comments are closed.