Latest Odisha News

ଗୁଜୁରାଟରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ , ଜିମ୍ବାୱେରୁ ଫେରିଥିଲେ ସଂକ୍ରମିତ

ଗୁଜୁରାଟ :ଭାରତରେ ଓମିକ୍ରନ ଭାରିଆଣ୍ଟ  ତାର କାୟା ବିସ୍ତାର କରିବାରେ ଲାଗିଛି । କର୍ଣ୍ଣାଟକ ବେଙ୍ଗାଲୁର ପରେ ଏବେ ଗୁଜୁରାଟ ଜାମନଗରରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣକ ଜିମ୍ବାୱରୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ  ପକ୍ଷରୁ ସୂଚନା ମିଳିଛି।ସଂକ୍ରମିତ ହୋଇଥିବା ୭୧ ବର୍ଷୀୟ ବ୍ୟକ୍ତି ଜଣକ ଦୁଇ ଦିନ ତଳେ ଜିମ୍ବାୱେରୁ ଦକ୍ଷିଣ ଆମେରିକା ଦେଇ ଗୁଜୁରାଟ ଜାମନଗରକୁ ଫେରିଥିଲେ।

ତେବେ ବିମାନ ବନ୍ଦରରେ ପହଁଞ୍ଚିବା ପରେ ତାଙ୍କର ସ୍କ୍ରିନିଂ କରାଯାଇଥିଲା। ଏଥିରେ ସେ ପଜିଟିଭ୍ ଥିବା ଜଣାପଡ଼ିଥିଲା ଏହାପରେ ଏୟାରପୋର୍ଟ ଅଥୋରିଟି ଜେନୋମ ସିକ୍ୱି୍ୟଏନ୍ସ ତାଙ୍କର ଟେଷ୍ଟିଂ ପାଇଁ ସାମ୍ପଲ ପୁଣେ ପଠାଇଥିଲେ। ରିପୋର୍ଟ ଆସିବେ ପରେ ସେ ଓମିକ୍ରନ୍ ପଜିଟିଭ୍ ବୋଲି ଜଣାପଡିଛି।

ହେଲେ ବ୍ୟକ୍ତି ଜଣକ କୋଭିଡ୍ ଟିକାର ଦୁଇଟି ଡୋଜ୍ ନେଇସାରିଛନ୍ତି ବୋଲି ସୂଚନା ମିଳିଛି। ବର୍ତ୍ତମାନ ତାଙ୍କୁ ଜାମନଗରର ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ହେଲେ ତାଙ୍କ ସହ ମିଶିଥିବା ୧୦ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ସହ ସେମାନଙ୍କ ଟେଷ୍ଟିଂ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Comments are closed.