Latest Odisha News

BREAKING NEWS

ସିସୋର କମ୍ପାନୀର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ଭୁବନେଶ୍ୱର: ସିସୋର କଂପାନୀର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ । ସିସୋର ଠାରୁ ୬ କୋଟି ନେଇଥିବା ୨ ବ୍ୟବସାୟୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସିସୋର ପାଇଁ ଅହମ୍ମଦାବାଦରେ ଜମି କିଣାଇ ଦେବାକୁ ଜଣେ ବ୍ୟବସାୟୀ ୫ କୋଟି ଟଙ୍କା ନେଇଥିଲେ  ।

ସେହିପରି ଭୁବନେଶ୍ୱରରେ କୋବାଲ୍ଟ କେମିକାଲ ଲାଗି ୧ କୋଟି ନେଇଥିଲେ ଜଣେ ବ୍ୟବସାୟୀ । ଜଣେ ବ୍ୟବସାୟୀ ମହାରାଷ୍ଟ୍ର ଥାନେର ହୋଇଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱରର । ତେବେ ଏହି ଦୁଇ ଜଣ ସିସୋରଠାରୁ ଟଙ୍କା ନେଇ ଫେରାଇନଥିଲେ । ତେଣୁ ଦୁଇ ବ୍ୟବସାୟୀଙ୍କ ୬ କୋଟିର ସଂପତ୍ତି ବାଜ୍ୟାପ୍ତ କରିଛି ଇଡି । ପୂର୍ବରୁ ସିସୋରର ୨୫୨ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା ଇଡି ।

Leave A Reply

Your email address will not be published.