Latest Odisha News

BREAKING NEWS

ମାଓ ଯୋଜନାକୁ ପଣ୍ଡ କଲା ପୋଲିସ, ସିଲେରୁ ଜଙ୍ଗଲରୁ ବନ୍ଧୁକ କାରଖାନା ଠାବ

ମାଲକାନଗିରି: ପୋଲିସକୁ ବଡ଼ ସଫଳତା। ଠାବ ହେଲା ଜଙ୍ଗଲରେ ବନ୍ଧୁକ କାରଖାନା। ସର୍ଚ୍ଚ ଅପରେସନ ବେଳେ ଆନ୍ଧ୍ର-ଓଡ଼ିଶା ସୀମା ସିଲେରୁ ଜଙ୍ଗଲରେ ଠାବ କଲେ ସୁରକ୍ଷାକର୍ମୀ। କାଲିମେଳା ଥାନା ଅନ୍ତର୍ଗତ ମଧୁମାଳ ଏବଂ ଚିଲକାଳମାମୁଡ଼ି ରିଜର୍ଭ ଫରେଷ୍ଟ ଅଂଚଳରେ ଡିଭିଏଫ ଯବାନ ସର୍ଚ୍ଚ ଅପେରସନ ବେଳେ ଠାବ ହୋଇଥିଲା ବନ୍ଧୁକ କାରଖାନା। ଜଙ୍ଗଲରେ ବନ୍ଧୁକ କାରଖାନା ଚଳାଇଛନ୍ତି ନକ୍ସଲ।

ସୂଚନା ଅନୁସାରେ ଏହି ଜଙ୍ଗଲରେ ବନ୍ଧୁକ ତିଆରି କରିବା ସହ ମରାମତି କରୁଥିଲେ ନକ୍ସଲ। ସୁରକ୍ଷାକର୍ମୀ ଏହାର ସୂଚନା ପାଇଥିଲା। ଏଠାରେ ୪ଟି ଲ୍ୟାଣ୍ଡମାଇନ ଜବତ ହୋଇଛି । ନକ୍ସଲ ଲୁଚାଇ ରଖିଥିବା ଡିଟୋନେଟର, କଡେ଼କ୍ସ ତାର, ୱେଲଡିଂ ମେସିନ, ଜେନେରେଟର, ୱେଲଡିଂ ରଡ଼ ସମେତ ବନ୍ଧୁକ ତିଆରି କରିବା ସମସ୍ତ ସରଞ୍ଜାମ ଏଠାରେ ରହିଥିଲା। ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ବିସ୍ଫାରକ ସହ ବନ୍ଧୁକ ତିଆରି ସରଞ୍ଜାମ ରଖିଥିଲେ ବୋଲି ପୋଲିସ କହିଛି। ଫଳରେ ଏକ ବଡ଼ ମାଓ ଯୋଜନାକୁ ପଣ୍ଡ କରିଛନ୍ତି ଯବାନ।

 

Comments are closed.