Latest Odisha News

BREAKING NEWS

‘ବାହୁଡ଼ା ଯାତ୍ରା’ ପୂର୍ବ ପ୍ରସ୍ତୁତି; ଆଜି ସନ୍ଧ୍ୟା ୬ରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ପ୍ରବେଶ ମନା 

ପୁରୀ: ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ ନୀତି ବହୁଳତାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିବ।

ଏହି ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରର ଶୋଧ କାର୍ଯ୍ୟ ଅନୁଷ୍ଠିତ ହେବା ସହ ଶ୍ରୀଜୀଉମାନଙ୍କର ବାହୁଡ଼ା ଯାତ୍ରା ପୂର୍ବର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ମହାପ୍ରଭୁଙ୍କ ଏହି ପବିତ୍ର ନୀତିଗୁଡ଼ିକ ସୁରୁଖୁରୁରେ ଓ ନିର୍ବିଘ୍ନରେ ସମ୍ପାଦନ ପାଇଁ ନବମୀ/ସନ୍ଧ୍ୟା ଦର୍ଶନ ସମ୍ପର୍କିତ ଏହି ବ୍ୟବସ୍ଥାକୁ ସେବାଭାବରେ ଗ୍ରହଣ କରି ସମସ୍ତ ଭକ୍ତବୃନ୍ଦଙ୍କ ସହଯୋଗ ନିମନ୍ତେ ନିବେଦନ ମଧ୍ୟ କରାଯାଇଛି।

 

Comments are closed.