Latest Odisha News

BREAKING NEWS

କ୍ଷମତା ହାସଲ ପାଇଁ ସୁଦାନ ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ଯୁଦ୍ଧ: ୨୭ ମୃତ, ୧୮୩ରୁ ଅଧିକ ଆହତ

ଖାର୍ତୋମ: କ୍ଷମତା ହାସଲ କରିବାକୁ ସୁଦାନ ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ରାଜଧାନୀ ଖାର୍‌ତୋମ୍‌ରେ ହୋଇଥିବା ଗୁଳିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ୧୮୩ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଅନେକ ବେଶି ବୋଲି ସୁଦାନ ଡାକ୍ତର ସଂଘ କହିଛି। ପଶ୍ଚିମ ଦାରଫରୁ ରାଜ୍ୟ ଓ ମେରୋୱିର ଉତ୍ତରାଞ୍ଚଳରେ ବହୁ ସଂଖ୍ୟାରେ ମିଲିଟାରୀ ଓ ଆର୍‌ଏସ୍‌ଏଫ୍ ଯବାନଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର ସଂଘ କହିଛି।

ଦେଶକୁ ପୁଣିଥରେ ନିୟନ୍ତ୍ରଣରେ ଆଣିବାକୁ ପୂରା ଜୋର ଲଗାଇ ଜେଇଛି ସୁଦାନ ସେନା। ଏଥିପାଇଁ ଦେଶର ଅର୍ଦ୍ଧଶାମରିକ ବଳ ସହ ସେନାର ଲଢେଇ ଆରମ୍ଭ ହୋଇଯାଇଛି। ପାରାମିଲିଟାରି ଫୋର୍ସର ବେସ୍ ଉପରେ ଏଯାର୍‌ଷ୍ଟ୍ରାଇକ୍ କରିଛି ସୁଦାନ ମିଲିଟାରୀ। ରାଜଧାନୀ କାର୍ତୋମକୁ ଲାଗିଥିବା ଓମଡର୍ମାରେ ଥିବା ସରକାରୀ ସମର୍ଥକ ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ(RSF) ବେସ୍ ସହ ଆର୍ମିର ଘମାଘୋଟ ଯୁଦ୍ଧ ହୋଇଛି।

ଅନ୍ୟପଟେ RSF ଦାବି କରିଛି ଯେ ସେମାନେ ରାଷ୍ଟ୍ରପତି ଭବନ, ସେନା ମୁଖ୍ୟଙ୍କ ଘର, ସରକାରୀ ମିଡିଆ ଏବଂ ଖାର୍ତୋମ, ମିରୋୱେ ଅଲ ଫଶେର ବିମାନବନ୍ଦରକୁ ସିଜ୍ କରିଦେଇଛନ୍ତି। ହେଲେ ଆର୍ମୀ RSFର ଏହି ଦାବିକୁ ଖଣ୍ଡନ କରିଛି। ଏହି ଯୁଦ୍ଧ ପରେ ଖାରତୋମରେ ସ୍କୁଲ କଲେଜ ସହ ସମସ୍ତ ଅଫିସ ବନ୍ଦ ରହିଛି। ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.