ଗୁଣୁପୁର: ବ୍ରହ୍ମପୁର ପରେ ରାୟଗଡା ଜିଲ୍ଲାର ଗୁଣୁପୁରରେ ଫୁଟିଲା ଗୁଳି । ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଆନ୍ଧ୍ର-ଓଡିଶା ସୀମାନ୍ତ ରାମନାଗୁଡ଼ା ବ୍ଲକର ଶିକଲା ପାହାଡ଼ ଉପରେ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମୃତକ ହେଲେ ଆନ୍ଧ୍ର ପ୍ରଦେଶର ପାର୍ବତୀପୁର ଅଞ୍ଚଳର କୁଭେଲା ବାରେୟା ।
ତେବେ କେଉଁ କାରଣରୁ ହତ୍ୟା ହୋଇଛି ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି । ଘଟଣା ଜାଗାରେ ଗୁଣୁପୁର ପୋଲିସ ଏସଡିପିଓ ବାବୁଲି ନାୟକ, ଗୁଣୁପୁର ଆଦର୍ଶ ଥାନା ଅଧିକାରୀ କମଳ କାନ୍ତ କହଁରଙ୍କ ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
Comments are closed.