Latest Odisha News

BREAKING NEWS

ନିଆଁ ଲାଗି ଜଳିଗଲା ଧାନ ଗଦା , ଚିନ୍ତାରେ ଚାଷୀ

ନବରଙ୍ଗପୁର : ନିଆଁ ଲାଗି ଜଳିଗଲା ଧାନ ଗଦା । ୧୫ ରୁ ଉର୍ଦ୍ଧ ଏକର ର ଧାନ ଗଦା ନିଆଁରେ ପୋଡି ପାଉଁସ ହୋଇଯାଇଛି । ନବରଙ୍ଗପରୁର ଜିଲ୍ଲାରେ ଏପରି ଅଘଟଣ ଘିଟିଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଗାଁ ରେ ଗତକାଲି ବିଳମ୍ବିତ ରାତିରେ ଗାଁରେ ଖଳାରେ ହଠାତ୍ ନିଆଁ ଲାଗି ଯାଇଥିଲା । ସମସ୍ତେ ଶୋଇଥିବା ବେଳେ ଧାନ ଗଦାରେ ନିଆଁ ଲାଗିଯାଇଥିଲା । ସମସ୍ତେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ଗ୍ରାମବାସୀ।

ପରେ ଗ୍ରାମବାସୀ ଅଗ୍ନିଶମ ବାହିନିକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ନିଆଁ ଲାଗି ଖଳାରେ ଥିବା ୫ ଜଣ ଚାଷୀଙ୍କର ଧାନ ସବୁ ନିଆଁରେ ପୋଡି ପାଉଁସ ହୋଇଯାଇଥିଲା । ତେବେ ନିଆଁ କେମେତି ଲାଗିଲା ତାହା ଜଣାପଡିନାହିଁ । ଋଣ କରିଥିବା ଚାଷୀ ଋଣ କିପରି ସୁଝିବେ ସେନେଇ ଚିନ୍ତାରେ ।

Leave A Reply

Your email address will not be published.