Latest Odisha News

BREAKING NEWS

ଭାରତରେ ପ୍ରଥମ ମୁଣ୍ଡନେଲା ଓମିକ୍ରନ , ମୃତକ ଜଣକ ଉଦୟପୁରର

ରାଜସ୍ଥାନ : ଭାରତରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ । ଗତ ସପ୍ତାହରେ ରାଜସ୍ଥାନର ଉଦୟପୁରରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ରିପୋର୍ଟ ଓମିକ୍ରନ ପଜିଟିଭ ଆସିଛି । ଏନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ମୃତ ୭୩ ବର୍ଷୀୟ ବ୍ୟକ୍ତିଙ୍କର କରୋନା ରିପୋର୍ଟ ଦୁଇଥର ନେଗେଟିଭ୍ ଆସିଥିଲା ।ଉଦୟପୁର ହସ୍ପିଟାଲରେ ଡିସେମ୍ବର ୩୧ରେ ତାଙ୍କର ମୃତ୍ୟୁ ହୋଇଥିଲା ।ଏବେ ତାଙ୍କ ଜିନୋମ ସିକ୍ୟୁଏନ୍ସ ଟେଷ୍ଟ କରାଯିବା ପରେ ସେ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

Leave A Reply

Your email address will not be published.