Latest Odisha News

BREAKING NEWS

5T ଅଧିନରେ ଗୁଣୁପୁରର ପୁରାତନ ମନ୍ଦିରର ସୌନ୍ଦର୍ଯ୍ୟକରଣ କରିବାକୁ ଦାବି

ଗୁଣୁପୁର: ରାଜ୍ୟ ସରକାର ପୁରାତନ ଧର୍ମାନୁଷ୍ଠାନ ଗୁଡ଼ିକର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ 5T ଅଧିନରେ କରୁଛନ୍ତି । ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଥିବା ପୁରାତନ ଧର୍ମାନୁଷ୍ଠାନର ସୌନ୍ଦର୍ଯ୍ୟକରଣ 5T ଅଧିନରେ କରିବାକୁ ଦାବି ହୋଇଛି । ଏନେଇ ଗୁଣୁପୁର ପ୍ରେସ ୟୁନିଅନ ସଭାପତି ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ  ଏକ ୧୦ ଜଣିଆ ପ୍ରତିନିଧି ଦଳ ଆଜି ଗୁଣୁପୁର ଉପଜିଲ୍ଲାପାଳ ଜେ. ସୋନାଲଙ୍କୁ ଭେଟି ଦାବି ଜଣାଇଛନ୍ତି ।

ପ୍ରେସ୍ ୟୁନିଅନ ସଭାପତି ପ୍ରମୋଦ କୁମାର ସାହୁ, ସାଧାରଣ ସମ୍ପାଦକ, ରାଜେଶ ପଣ୍ଡା, ଜିତେନ୍ଦ୍ର ଶତପଥୀ, ଅନିଲ ସାହୁକାର, ରବି ମୋହିନୀ, ରାମ ନାୟକ, ସନ୍ତୋଷ ଗୁରୁ ପ୍ରମୁଖ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଗୁଣୁପୁରର ବହୁ ପୁରାତନ ଜଗନ୍ନାଥ ମନ୍ଦିର, ମା ମାଣିକେଶ୍ୱରୀ ମନ୍ଦିର, ଭାଲେରିର ରାଧାକୃଷ୍ଣ ମନ୍ଦିର ସହ ଦକ୍ଷିଣ ଓଡ଼ିଶାର ତିନି ପ୍ରମୁଖ ନଦୀର ସଂଗମ ସ୍ଥଳ ମିନାଝୋଲା ମିନକେତନ ଶୈବ ପୀଠକୁ 5T ଅଧିନରେ ସୌନ୍ଦର୍ଯ୍ୟକରଣ କରିବାକୁ ଦାବି କରିଛନ୍ତି ।

ଏଥିସହ ଏସବୁ ଧର୍ମାନୁଷ୍ଠାନକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା ପାଇଁ ଗୁଣୁପୁର ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଆଇନ୍ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.