Latest Odisha News

BREAKING NEWS

ବାରବାଟୀ ମ୍ୟାଚ ପାଇଁ ମାସ୍କ ଜରୁରୀ

କଟକ: ବାରବାଟୀରେ ଜୁନ ୧୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିିତୀୟ ଟି୨୦ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚ ଦେଖିବାକୁ ଯାଉଥିବା ଦର୍ଶକଙ୍କ ପାଇଁ ମାସ୍କ ଜରୁରୀ କରାଯାଇଛି । କଟକ ମ୍ୟୁନିସିପାଲ କର୍ପୋରେଶନ ନୋ ମାସ୍କ ନୋ ଏଂଟ୍ରି ନିୟମ ଲାଗୁ କରିଛି । ସିଏମସି କମିଶନର ଅନନ୍ୟା ଦାସ ଏବଂ ଜନ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ମତରେ ଜନଗହଳି ସ୍ଥାନରେ ମାସ୍କ ପିନ୍ଧିବା ସମସ୍ତଙ୍କ ପାଇଁ ବୁଦ୍ଧିମାନର କାମ ହେବ । କୋଭିଡ ୧୯ ସଂକ୍ରିମତଙ୍କ ସଂଖ୍ୟା ବଢ଼ୁଥିବାରୁ ସତର୍କତା ଜରୁରୀ ହୋଇ ପଡିଛି ବୋଲି କହିଛନ୍ତି ।

କଟକ ସହର ଏବେ ରବିବାର ମ୍ୟାଚ ପାଇଁ ଏକ ପ୍ରକାର ଉତ୍ସବ ମୁଖରିତ ହୋଇ ପଡିଛି । ଲୋକମାନେ ସମ୍ପୂର୍ଣ୍ଣ ଭାବେ କୋଭିଡ-୧୯ ପ୍ରତି ବେଖାତିର ହୋଇ ପଡିଛନ୍ତି । ଯାହାକି ସମସ୍ତଙ୍କ ପାଇଁ ବିପଦ ଡାକି ଆଣିପାରେ ବୋଲି ମିଶ୍ର କହିଛନ୍ତି ।

Leave A Reply

Your email address will not be published.