Latest Odisha News

BREAKING NEWS

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ରାୟଗଡ଼ା: ବର୍ଷ ଶେଷରେ ରାଜ୍ୟରେ ଆକ୍ସନ ମୁଡକୁ ଆସିଛି ଭିଜିଲାନ୍ସ ଟିମ୍ । କୋଟିପତି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଘରେ ଘନ ଘନ ଚଢ଼ାଉ ହେଉଛି । ଆଜି ରାୟଗଡ଼ା ଡିଭିଜନ୍-୨ର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ତାଙ୍କ ନାଁ ଉଦ୍ଧବ ପାଢ଼ୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସକାଳୁ ସକାଳୁ ରେଡ୍ ଚାଲିଛି ।

ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଛି । ବ୍ରହ୍ମପୁର କମାପାଲିରେ ଥିବା ତିନି ମହଲା କୋଠା, ପୁରୀରେ ଫ୍ଲାଟ୍, ଧରାକୋଟ ସମେତ ଗୁଣୁପୁରରେ ସରକାରୀ ବାସଭବନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛନ୍ତି । ଉଦ୍ଧାବ ପାଢ଼ୀ କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଅଧିକାରୀ ଓ ଆୟଠୁ କେତେ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳି ନାହିଁ ।

Leave A Reply

Your email address will not be published.