ଭୁବନେଶ୍ୱର: ବିଦାୟ ବେଳାରେ ବର୍ଷ ୨୦୨୦ । ଚଳିତବର୍ଷ ଦେଶରେ ବହୁ ଛୋଟ ବଡ଼ ଘଟଣା ଘଟିଛି । ନ୍ୟାୟ ପାଇଛି ନିର୍ଭୟା । ହଥରସର ଜଘନ୍ୟକାଣ୍ଡର ମୂକସାକ୍ଷୀ ହୋଇଛି ବର୍ଷ ୨୦୨୦ । ଏବର୍ଷ ସୀମାରେ ଭାରତ-ଚୀନ ସୀମାରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ରାମମନ୍ଦିର ପାଇଁ ଶିଳାନ୍ୟାସ ହୋଇଛି । ନାଗରିକା ଆଇନ ଓ ନୂଆ କୃଷି ଆଇନ ଯୋଗୁ ବିରୋଧର ସାମନା କରିଛନ୍ତି କେନ୍ଦ୍ର ସରକାର । ୨୦୨୦ରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍ ସସପେନ୍ସ ସୃଷ୍ଟି କରିଛି ।
ନ୍ୟାୟ ପାଇଛି ନିର୍ଭୟା
୨୦୧୨ ନିର୍ଭୟା କାଣ୍ଡର ଦୋଷୀଙ୍କୁ ମିଳିଲା ସଜା । ୮ବର୍ଷର ଲମ୍ବା ଆଇନଗତ ଲଢ଼େଇ ପରେ ବିଦାୟୀ ବର୍ଷରେ ନ୍ୟାୟ ପାଇଲା ନିର୍ଭୟା । ୨୦୧୨ରେ ନର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ପିଶାଚ ଫାଶୀ ଖୁଣ୍ଟରେ ଝୁଲିଛନ୍ତି । ମାର୍ଚ୍ଚ ମାସ ୨୦ ତାରିଖରେ ଦିଲ୍ଲୀର ତିହାର ଜେଲରେ ଫାଶୀ ପାଇଥିଲେ ୪ ଦୋଷୀ । ଫାଶୀ ପୂର୍ବରୁ ହାଇଡ୍ରାମା ସାରା ଦେଶକୁ ହଚଚକିତ କରିଥିଲା ।
ହାରିଗଲା ହଥରସ ପୀଡ଼ିତା
ନିର୍ଭୟା ଭଳି ଆଉ ଏକ ଜଘନ୍ୟ କାଣ୍ଡର ମୁକସାକ୍ଷୀ ହୋଇଛି ବର୍ଷ ୨୦୨୦ । ଉତ୍ତରପ୍ରଦେଶ ହଥରସ୍ରେ ୨୦ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ପରେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ଅଭିଯୋଗକୁ ନେଇ ସାରା ଦେଶ ଉଠିଥିଲା ଆଉ ପଡ଼ିଥିଲା । ଉତ୍ତରପ୍ରଦେଶ ପୋଲିସର ଭୂମିକାକୁ ନେଇ ବିରାଟ ପ୍ରଶ୍ନବାଚୀ ଉଠିଲା । ହଥରସ ପୀଡ଼ିତାକୁ ନ୍ୟାୟ ଦେବାକୁ ସ୍ୱର ଉଠିଲା । ଏବେ ସିବିଆଇ ତଦନ୍ତ କରୁଛି ।
ଅଯୋଧ୍ୟାରେ ରାମମନ୍ଦିର ଶିଳାନ୍ୟାସ
ଦଶନ୍ଧି ଦଶନ୍ଧି ଅପେକ୍ଷାର ଏବର୍ଷ ପଡ଼ିଥିଲା ଯବନିକା । ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଏବର୍ଷ ଭୂମିପୂଜା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୁପା ଇଟାରେ ଶିଳାନ୍ୟାସ ହୋଇଥିଲା । ଏଥିପାଇଁ ୨ ହଜାର ପବିତ୍ର ସ୍ଥାନରୁ ଆସିଥିଲା ମାଟି ।
ବାବ୍ରି ରାୟ
ବହୁ ଚର୍ଚ୍ଚିତ ବାବ୍ରୀ ମସ୍ଜିଦ୍ ଭଙ୍ଗା ମାମଲାରେ ଏବର୍ଷ ଐତିହାସିକ ଫୈସଲା ଆସିଥିଲା । ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ସମେତ ୩୨ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ।
ନାଗରିକତା ସଂଶୋଧନ ନିଆଁ
୨୦୧୯, ଡିସେମ୍ବର ୧୨ରେ ଦେଶରେ ନାଗରିକତା ଆଇନ୍ ଲାଗୁ ହେଲା । ତାପରେ ନିଆଁ ତେଜିଥିଲା । ଦିଲ୍ଲୀ ସାହିନବାଗରେ ମାସ ମାସ ବିକ୍ଷୋଭ । ପ୍ରବଳ ହିଂସାକାଣ୍ଡ । ଫେବ୍ରୁଆରୀ ମାସରେ ଦଙ୍ଗାର ରୂପ ନେଇଥିଲା ସିଏଏ ବିରୋଧରେ ଆନ୍ଦୋଳନ । ଅଶାନ୍ତ ହୋଇଥିଲା ଦେଶର ରାଜଧାନୀ ।
ନୂଆ କୃଷି ବିଲ୍
ସେପ୍ଟେମ୍ୱରରେ ସରକାର ସଂସଦରେ ପାରିତ କଲେ ୩ଟି ନୂଆ କୃଷି ବିଲ୍ । ବର୍ଷ ଏହାକୁ ବିରୋଧ କରି ଶେଷ ଆଡକୁ ଅନ୍ନଦାତା ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଇନ୍ ପ୍ରତ୍ୟାହାର ଜିଦରେ ଅଡ଼ି ବସିଛନ୍ତି ଚାଷୀ । ଦିଲ୍ଲୀ ସିଂଘୁ ସୀମାରେ ଭୋକ ଉପାୟସରେ ଖରା କାକରରେ ବସିଛନ୍ତି । ବର୍ଷ ସରିହବାକୁ ବସିଥିଲେ ବି ସରକାର-ଚାଷୀଙ୍କ ଆଲୋଚନାରୁ ନିଷ୍କର୍ଷ ବାହାରି ପାରିନି । ଲମ୍ବା ଲଢ଼େଇରେ ଚାଷୀ ।
ଏଲଏସିରେ ରକ୍ତପାତ
ଚଳିତବର୍ଷ ଭାରତ-ଚୀନ ଭିତରେ ସୀମା ବିବାଦ ନେଇଥିଲା ଉଗ୍ର ରୂପ । ପୂର୍ବ ଲଦାଖ ପାଙ୍ଗଙ୍ଗ ସୁ’ ଅଞ୍ଚଳରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଜୁନ ୧୫ରେ ଦୁଇ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ଭାରତର ୨୦ ଜଣ ଯବାନ ପ୍ରାଣ ହରାଇଥିଲେ । ୧୯୭୫ ପରେ ଏଲଏସିରେ ଯବାନ ପ୍ରାଣ ହରାଇବା ଥିଲା ପ୍ରଥମ ଘଟଣା । ହଠାତ୍ ଲଦାଖରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ସାମରିକ ସ୍ତରରେ ଘନ ଘନ ବୈଠକ ବି ହୋଇଛି । ଚଳିତବର୍ଷ ଭାରତ-ଚୀନ ସୀମା ବିବାଦ ଉପରେ ଥିଲା ସାରା ବିଶ୍ୱର ନଜର ।
ଭାରତର ଡିଜିଟାଲ୍ ଷ୍ଟ୍ରାଇକ୍
ସୀମା ଉତ୍ତେଜନା ଭିତରେ ଚୀନ ଉପରେ ଡିଜିଟାଲ ଷ୍ଟ୍ରାଇକ୍ କରିଥିଲା ଭାରତ । ଲୋକପ୍ରିୟ ଆପ୍ ଟିକ୍ଟକ୍ ସମେତ ୨୩୪ଟି ଚାଇନା ଆପ୍କୁ ବ୍ୟାନ୍ କରିଛି । ଦେଶର ସାର୍ବଭୌମତା ଓ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଚାଇନିଜ୍ ଆପ୍ ବ୍ୟାନ କରିଛନ୍ତି ସରକାର । ବହୁ ଘାଟା ଖାଇଛି ଧୋକାବାଜ ଚୀନ ।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ
ଏବର୍ଷ ବଲିଉଡ ହରାଇଥିଲା ଜଣେ ଉଦୀୟମାନ ତାରକା । ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଅନେକ ପ୍ରଶ୍ନବାଚୀ ଠିଆ କଲା । ଜୁନ୍ ୧୪ ତାରିଖରେ ବାନ୍ଦ୍ରା ସ୍ଥିତ ଘରୁ ମିଳିଥିଲା ସୁଶାନ୍ତଙ୍କ ମୃତଦେହ । ଆତ୍ମହତ୍ୟା ଓ ହତ୍ୟା ଭିତରେ ବଲିଉଡ ଭିତିରି କଥା ବି ଉଠିଲା । ଏହି ମାମଲାରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଛନ୍ତି । ବହୁ ଦାବି ପରେ ସିବିଆଇ ତଦନ୍ତ କରୁଛି । ତଦନ୍ତକୁ ନେଇ ବିହାର-ମହାରାଷ୍ଟ୍ର ପୋଲିସ ବି ମୁହାଁମୁହିଁ ହୋଇଥିଲେ । ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ବେଳେ ସାମନାକୁ ଆସିଛି ବଲିଉଡର ଡ୍ରଗ୍ସ ଲିଙ୍କର ଚେର । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତଦନ୍ତ କରୁଛି । ବଡ଼ ବଡ଼ ବଡ଼ ସେଲିବ୍ରିଟି ସ୍କାନରକୁ ଆସିଛନ୍ତି ।
ନମସ୍ତେ ଟ୍ରମ୍ପ
ଚଳିତବର୍ଷ ଭାରତ-ଆମେରିକାର ସମ୍ପର୍କ ନୂଆ ସ୍ତରରେ ପହଞ୍ଚିଥିଲା । ଫେବ୍ରୁଆରୀ ୨୪ରେ ଦୁଇ ଦିନିଆଭାରତ ଗସ୍ତରେ ଆସିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମିଲେନିଆ ଟ୍ରମ୍ପ । ଗୁଜୁରାଟରେ ଆୟୋଜିତ ହୋଇଥିଲା ନମସ୍ତେ ଟ୍ରମ୍ପ କାର୍ୟ୍ୟକ୍ରମ । ଟ୍ରମ୍ପଙ୍କୁ ଭାରତର ଆତିଥ୍ୟ ଅଭିଭୂତ କରିଥିଲା ।

ସଂସଦ ଭବନ ପାଇଁ ଶିଳାନ୍ୟାସ
ନୂଆ ସଂସଦ ଭବନ ପାଇଁ ଏବର୍ଷ ଭୂମି ପୂଜା ହୋଇଛି । ଡିସେମ୍ବର ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିଥିଲେ । ଖର୍ଚ୍ଚ ହେବ ୯୭୧ କୋଟି ଟଙ୍କା । ୨୦୨୨ ସୁଦ୍ଧା ନିର୍ମାଣ ଶେଷ କରିବା ଲକ୍ଷ୍ୟ ରଖାଯାଇଛି । ଲୋକସଭାରେ ୧, ୨୨୨ ଓ ରାଜ୍ୟସଭାରେ ବସିପାରିବେ ୩୮୫ ଜଣ ସାଂସଦ ।
BREAKING NEWS
- Puri Police: ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଅଭିଯାନ ଜାରି; ରଥଯାତ୍ରାରୁ ୧୦୩ ସ୍ନାଚର ଗିରଫ, ୨୦୩ମୋବାଇଲ ଉଦ୍ଧାର
- ଆରପାରିରେ କ୍ରିକେଟ ଇତିହାସର ମହାନ ଅଲରାଉଣ୍ଡର
- ବିପଦ ସଙ୍କେତ ଉପରେ ସାପୁଆ ଓ ବଡ଼ଜୋରା ନଈ;ପୋଲ ଉପରେ ୩ଫୁଟ ପାଣି
- ନାବାଳକୁ ଉଲଗ୍ନ କରି ନିର୍ଘାତ ମାଡ଼, ଥାନାରେ ଏତଲା ଦେଲେ ପରିବାର
- ସୋନମ୍ ୱାଂଙ୍ଗଚୁକଙ୍କ ଆମରଣ ଅନଶନ ପ୍ରତି ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ
- Amrit Bharat Station:ନୂଆ ରୂପ ପାଇଲା ଓଡ଼ିଶାର ୭ ରେଳ ଷ୍ଟେସନ;ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
- ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
- ରଥଯାତ୍ରାରେ ଭକ୍ତଙ୍କ ସେବାରେ TPCODL;୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଲା
- Puri Rath Yatra 2026:ପୁରୀରେ ଅତ୍ୟଧିକ ଭିଡ଼କୁ ଦେଖି ଡିଜିପିଙ୍କର ଅନୁରୋଧ;ବୃଦ୍ଧ-ଶିଶୁଙ୍କୁ ଆଣନି
- ଚୟନ କମିଟିଙ୍କ ନିଷ୍ପତି ଉପରେ ପ୍ରଶ୍ନ ଉଠାଇଲେ ଅଶ୍ୱୀନ
Comments are closed.