ଭୁବନେଶ୍ୱର: ବିଦାୟ ବେଳାରେ ବର୍ଷ ୨୦୨୦ । ଚଳିତବର୍ଷ ଦେଶରେ ବହୁ ଛୋଟ ବଡ଼ ଘଟଣା ଘଟିଛି । ନ୍ୟାୟ ପାଇଛି ନିର୍ଭୟା । ହଥରସର ଜଘନ୍ୟକାଣ୍ଡର ମୂକସାକ୍ଷୀ ହୋଇଛି ବର୍ଷ ୨୦୨୦ । ଏବର୍ଷ ସୀମାରେ ଭାରତ-ଚୀନ ସୀମାରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ରାମମନ୍ଦିର ପାଇଁ ଶିଳାନ୍ୟାସ ହୋଇଛି । ନାଗରିକା ଆଇନ ଓ ନୂଆ କୃଷି ଆଇନ ଯୋଗୁ ବିରୋଧର ସାମନା କରିଛନ୍ତି କେନ୍ଦ୍ର ସରକାର । ୨୦୨୦ରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍ ସସପେନ୍ସ ସୃଷ୍ଟି କରିଛି ।
ନ୍ୟାୟ ପାଇଛି ନିର୍ଭୟା
୨୦୧୨ ନିର୍ଭୟା କାଣ୍ଡର ଦୋଷୀଙ୍କୁ ମିଳିଲା ସଜା । ୮ବର୍ଷର ଲମ୍ବା ଆଇନଗତ ଲଢ଼େଇ ପରେ ବିଦାୟୀ ବର୍ଷରେ ନ୍ୟାୟ ପାଇଲା ନିର୍ଭୟା । ୨୦୧୨ରେ ନର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ପିଶାଚ ଫାଶୀ ଖୁଣ୍ଟରେ ଝୁଲିଛନ୍ତି । ମାର୍ଚ୍ଚ ମାସ ୨୦ ତାରିଖରେ ଦିଲ୍ଲୀର ତିହାର ଜେଲରେ ଫାଶୀ ପାଇଥିଲେ ୪ ଦୋଷୀ । ଫାଶୀ ପୂର୍ବରୁ ହାଇଡ୍ରାମା ସାରା ଦେଶକୁ ହଚଚକିତ କରିଥିଲା ।
ହାରିଗଲା ହଥରସ ପୀଡ଼ିତା
ନିର୍ଭୟା ଭଳି ଆଉ ଏକ ଜଘନ୍ୟ କାଣ୍ଡର ମୁକସାକ୍ଷୀ ହୋଇଛି ବର୍ଷ ୨୦୨୦ । ଉତ୍ତରପ୍ରଦେଶ ହଥରସ୍ରେ ୨୦ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ପରେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ଅଭିଯୋଗକୁ ନେଇ ସାରା ଦେଶ ଉଠିଥିଲା ଆଉ ପଡ଼ିଥିଲା । ଉତ୍ତରପ୍ରଦେଶ ପୋଲିସର ଭୂମିକାକୁ ନେଇ ବିରାଟ ପ୍ରଶ୍ନବାଚୀ ଉଠିଲା । ହଥରସ ପୀଡ଼ିତାକୁ ନ୍ୟାୟ ଦେବାକୁ ସ୍ୱର ଉଠିଲା । ଏବେ ସିବିଆଇ ତଦନ୍ତ କରୁଛି ।
ଅଯୋଧ୍ୟାରେ ରାମମନ୍ଦିର ଶିଳାନ୍ୟାସ
ଦଶନ୍ଧି ଦଶନ୍ଧି ଅପେକ୍ଷାର ଏବର୍ଷ ପଡ଼ିଥିଲା ଯବନିକା । ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଏବର୍ଷ ଭୂମିପୂଜା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୁପା ଇଟାରେ ଶିଳାନ୍ୟାସ ହୋଇଥିଲା । ଏଥିପାଇଁ ୨ ହଜାର ପବିତ୍ର ସ୍ଥାନରୁ ଆସିଥିଲା ମାଟି ।
ବାବ୍ରି ରାୟ
ବହୁ ଚର୍ଚ୍ଚିତ ବାବ୍ରୀ ମସ୍ଜିଦ୍ ଭଙ୍ଗା ମାମଲାରେ ଏବର୍ଷ ଐତିହାସିକ ଫୈସଲା ଆସିଥିଲା । ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ସମେତ ୩୨ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ।
ନାଗରିକତା ସଂଶୋଧନ ନିଆଁ
୨୦୧୯, ଡିସେମ୍ବର ୧୨ରେ ଦେଶରେ ନାଗରିକତା ଆଇନ୍ ଲାଗୁ ହେଲା । ତାପରେ ନିଆଁ ତେଜିଥିଲା । ଦିଲ୍ଲୀ ସାହିନବାଗରେ ମାସ ମାସ ବିକ୍ଷୋଭ । ପ୍ରବଳ ହିଂସାକାଣ୍ଡ । ଫେବ୍ରୁଆରୀ ମାସରେ ଦଙ୍ଗାର ରୂପ ନେଇଥିଲା ସିଏଏ ବିରୋଧରେ ଆନ୍ଦୋଳନ । ଅଶାନ୍ତ ହୋଇଥିଲା ଦେଶର ରାଜଧାନୀ ।
ନୂଆ କୃଷି ବିଲ୍
ସେପ୍ଟେମ୍ୱରରେ ସରକାର ସଂସଦରେ ପାରିତ କଲେ ୩ଟି ନୂଆ କୃଷି ବିଲ୍ । ବର୍ଷ ଏହାକୁ ବିରୋଧ କରି ଶେଷ ଆଡକୁ ଅନ୍ନଦାତା ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଇନ୍ ପ୍ରତ୍ୟାହାର ଜିଦରେ ଅଡ଼ି ବସିଛନ୍ତି ଚାଷୀ । ଦିଲ୍ଲୀ ସିଂଘୁ ସୀମାରେ ଭୋକ ଉପାୟସରେ ଖରା କାକରରେ ବସିଛନ୍ତି । ବର୍ଷ ସରିହବାକୁ ବସିଥିଲେ ବି ସରକାର-ଚାଷୀଙ୍କ ଆଲୋଚନାରୁ ନିଷ୍କର୍ଷ ବାହାରି ପାରିନି । ଲମ୍ବା ଲଢ଼େଇରେ ଚାଷୀ ।
ଏଲଏସିରେ ରକ୍ତପାତ
ଚଳିତବର୍ଷ ଭାରତ-ଚୀନ ଭିତରେ ସୀମା ବିବାଦ ନେଇଥିଲା ଉଗ୍ର ରୂପ । ପୂର୍ବ ଲଦାଖ ପାଙ୍ଗଙ୍ଗ ସୁ’ ଅଞ୍ଚଳରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଜୁନ ୧୫ରେ ଦୁଇ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ଭାରତର ୨୦ ଜଣ ଯବାନ ପ୍ରାଣ ହରାଇଥିଲେ । ୧୯୭୫ ପରେ ଏଲଏସିରେ ଯବାନ ପ୍ରାଣ ହରାଇବା ଥିଲା ପ୍ରଥମ ଘଟଣା । ହଠାତ୍ ଲଦାଖରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ସାମରିକ ସ୍ତରରେ ଘନ ଘନ ବୈଠକ ବି ହୋଇଛି । ଚଳିତବର୍ଷ ଭାରତ-ଚୀନ ସୀମା ବିବାଦ ଉପରେ ଥିଲା ସାରା ବିଶ୍ୱର ନଜର ।
ଭାରତର ଡିଜିଟାଲ୍ ଷ୍ଟ୍ରାଇକ୍
ସୀମା ଉତ୍ତେଜନା ଭିତରେ ଚୀନ ଉପରେ ଡିଜିଟାଲ ଷ୍ଟ୍ରାଇକ୍ କରିଥିଲା ଭାରତ । ଲୋକପ୍ରିୟ ଆପ୍ ଟିକ୍ଟକ୍ ସମେତ ୨୩୪ଟି ଚାଇନା ଆପ୍କୁ ବ୍ୟାନ୍ କରିଛି । ଦେଶର ସାର୍ବଭୌମତା ଓ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଚାଇନିଜ୍ ଆପ୍ ବ୍ୟାନ କରିଛନ୍ତି ସରକାର । ବହୁ ଘାଟା ଖାଇଛି ଧୋକାବାଜ ଚୀନ ।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ
ଏବର୍ଷ ବଲିଉଡ ହରାଇଥିଲା ଜଣେ ଉଦୀୟମାନ ତାରକା । ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଅନେକ ପ୍ରଶ୍ନବାଚୀ ଠିଆ କଲା । ଜୁନ୍ ୧୪ ତାରିଖରେ ବାନ୍ଦ୍ରା ସ୍ଥିତ ଘରୁ ମିଳିଥିଲା ସୁଶାନ୍ତଙ୍କ ମୃତଦେହ । ଆତ୍ମହତ୍ୟା ଓ ହତ୍ୟା ଭିତରେ ବଲିଉଡ ଭିତିରି କଥା ବି ଉଠିଲା । ଏହି ମାମଲାରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଛନ୍ତି । ବହୁ ଦାବି ପରେ ସିବିଆଇ ତଦନ୍ତ କରୁଛି । ତଦନ୍ତକୁ ନେଇ ବିହାର-ମହାରାଷ୍ଟ୍ର ପୋଲିସ ବି ମୁହାଁମୁହିଁ ହୋଇଥିଲେ । ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ବେଳେ ସାମନାକୁ ଆସିଛି ବଲିଉଡର ଡ୍ରଗ୍ସ ଲିଙ୍କର ଚେର । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତଦନ୍ତ କରୁଛି । ବଡ଼ ବଡ଼ ବଡ଼ ସେଲିବ୍ରିଟି ସ୍କାନରକୁ ଆସିଛନ୍ତି ।
ନମସ୍ତେ ଟ୍ରମ୍ପ
ଚଳିତବର୍ଷ ଭାରତ-ଆମେରିକାର ସମ୍ପର୍କ ନୂଆ ସ୍ତରରେ ପହଞ୍ଚିଥିଲା । ଫେବ୍ରୁଆରୀ ୨୪ରେ ଦୁଇ ଦିନିଆଭାରତ ଗସ୍ତରେ ଆସିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମିଲେନିଆ ଟ୍ରମ୍ପ । ଗୁଜୁରାଟରେ ଆୟୋଜିତ ହୋଇଥିଲା ନମସ୍ତେ ଟ୍ରମ୍ପ କାର୍ୟ୍ୟକ୍ରମ । ଟ୍ରମ୍ପଙ୍କୁ ଭାରତର ଆତିଥ୍ୟ ଅଭିଭୂତ କରିଥିଲା ।

ସଂସଦ ଭବନ ପାଇଁ ଶିଳାନ୍ୟାସ
ନୂଆ ସଂସଦ ଭବନ ପାଇଁ ଏବର୍ଷ ଭୂମି ପୂଜା ହୋଇଛି । ଡିସେମ୍ବର ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିଥିଲେ । ଖର୍ଚ୍ଚ ହେବ ୯୭୧ କୋଟି ଟଙ୍କା । ୨୦୨୨ ସୁଦ୍ଧା ନିର୍ମାଣ ଶେଷ କରିବା ଲକ୍ଷ୍ୟ ରଖାଯାଇଛି । ଲୋକସଭାରେ ୧, ୨୨୨ ଓ ରାଜ୍ୟସଭାରେ ବସିପାରିବେ ୩୮୫ ଜଣ ସାଂସଦ ।
BREAKING NEWS
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରର ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ

Comments are closed.