Latest Odisha News

BREAKING NEWS

ପରୀ ହତ୍ୟା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି, ଷ୍ଟାଟସ ରିପୋର୍ଟ ଦେବ SIT

କଟକ: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ରହିଛି । ତଦନ୍ତ ସମ୍ପର୍କିତ ଆଉ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବ ଏସଆଇଟି । ତଦନ୍ତ ଅଗ୍ରଗତି ନେଇ ସବିଶେଷ ରିପୋର୍ଟ ରଖିବ ତଦନ୍ତକାରୀ ଟିମ୍ । ପୂର୍ବରୁ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଥିଲା ଏସଆଇଟି ।

ନାବାଳିକା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଯଦୁପୁର ଗାଁରୁ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଛି । ତାକୁ ତିନି ଦିନିଆ ରିମାଣ୍ଡରେ ନେଇ ଏବେ ଜେରା କରିବା ସହ ତଥ୍ୟ ପ୍ରମାଣ ବି ଯୋଗାଡ଼ କରୁଛି ଏସଆଇଟି । ସାଇଣ୍ଟିଫିକ୍ ପ୍ରମାଣ ଯୋଗାଡ଼ ଚାଲିଛି । ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ହତ୍ୟା ମାମଲାର ଖୋଳତାଡ ଚଳାଇଛନ୍ତି ।

Leave A Reply

Your email address will not be published.