Latest Odisha News

BREAKING NEWS

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଗୁପଟିଲ

ରାଂଚୀ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚ ଅବସରରେ ମାର୍ଟିନ ଗୁପଟିଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ବିରାଟ କୋହଲିଙ୍କ ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡକୁ ଆଜି ଭାଙ୍ଗି ଦେଇଛନ୍ତି । ଗୁପଟିଲ ୧୧୧ ଟି୨୦ ମ୍ୟାଚ ଖେଳି ୩୨୪୮ ରନ ସଂଗ୍ରହ କରିଛନ୍ତି ।

କୋହଲିଙ୍କ ରେକର୍ଡ ଭାଙ୍ଗିବା ପାଇଁ ତାଙ୍କୁ ଆଉ ୧୧ ରନ ଆବଶ୍ୟକ ହେଉଥିଲା । ଦ୍ୱିତୀୟ ମ୍ୟାଚରେ ସେ ୩୧ ରନର ଇନିଂସ ଖେଳ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ରୋହିତ ଶର୍ମା ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । ସେ ୩୦୮୬ ରନ ସଂଗ୍ରହ କରିଛନ୍ତି ।

Comments are closed.