Latest Odisha News

ବିନୋଦିନୀ ଦେବୀଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର

ଭୁବନେଶ୍ବର : ଉଦଯାପିତ ହୋଇଛି ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଆୟୋଜିତ ୨୭ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ଆଓ୍ବାର୍ଡ ଉତ୍ସବ ୨୦୨୧ । ଜୀବନବ୍ୟାପୀ ସାଧାନା ପାଇଁ ବରିଷ୍ଠ ମଞ୍ଚ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଆଓ୍ବାର୍ଡ ପ୍ରଦାନ କରାଯାଇଛି । ପୁରସ୍କାର ବାଦକୁ ୧ ଲକ୍ଷ ଟଙ୍କା, ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯାଇଛି । ଶେଷ ସଂଧାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ସେହିପରି ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଆରୁଷୀ ମୁଦଗଲ ଏବଂ ପ୍ରତିଭାଦୀପ୍ତ ମର୍ଦ୍ଦଳ ଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କୁ ସେମାନଙ୍କ ସାଧନାର ସ୍ବୀକୃତି ସ୍ବରୂପ ଗୁରୁ କେଳୁଚରଣ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି । ଉଭୟଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯାଇଛି ।

ପ୍ରତି ସଂଧ୍ୟା ପରି ଉଦଯାପନୀ ସଂଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଷଷିତ ହୋଇଥିଲା । ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ‘ସୃଜନ’ର ଉଦୀୟମାନ ଶିଳ୍ପୀ ସମୂହ ଓଡ଼ତଶୀ ନୃତ୍ୟ ପରିବେଷଣ କରିଥିଲେ । ଗଜାନନଙ୍କ ଆବାହନ ସ୍ବରୂପ ‘ବିନାୟକ ସ୍ମରଣେ’ରୁ ସେମାନଙ୍କ କାର୍ଯ୍ରକ୍ରମ ଶୁଭାରମ୍ଭ ହୋଇଥିଲା । ଏହାର ସଙ୍ଗୀତ ସଂଯୋଜନା କରିଥିଲେ ବିନୋଦ କୁମାର ପଣ୍ଡା । ପରେ ରାମ ପରମେଶ୍ବରୀ ଓ ତାଳ କ୍ଷେମଟାକୁ ଆଧାର କରି ‘ପରମେଶ୍ବରୀ ପଲ୍ଲବୀ’ ପରିବେଷଣ କରିଥିଲେ । ନୂତନ ଧରଣର ଏହି ନୃତ୍ୟରେ ତାଳ ସହ ପାଦ ଚାଳନାର ସୁନ୍ଦର ସଂଯୋଗ ଦେଖିବାକୁ ମିଳିଥିଲା । ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଯତୀନ କୁମାର ସାହୁ ।

ଏହାପରେ ପ୍ରସିଦ୍ଧ ଓଡ଼ିଆ କବି ରାଧାମୋହନ ଗଡନାୟକଙ୍କ ରଚିତ ମାଟି ମା’ର ବନ୍ଦନା ‘ମାଟି’ ପରିବେଷଣ କରିଥିଲେ । ଏହାର ସଙ୍ଗୀତ ସଂଯୋଜନା ଲକ୍ଷ୍ମୀକାନ୍ତ ପାଲିତ କରିଥିବା ବେଳେ, ଆଲେଖ୍ୟ କରିଥିଲେ ଜୟଦେବ ଦାସ । ଶେଷରେ ଉପନ୍ୟାସ ଭିତ୍ତିକ ବିଷୟକ ‘ଶିବ ସଙ୍ଗସନମ’କୁ ସଙ୍ଗୀତରେ ରୂପାନ୍ତର କରି ନୃତ୍ୟ ପରିବେଷଣ କରିଥିଲେ ଶିଳ୍ପୀ । ଏହାର ସଂଯୋଜନା ସନ୍ଥ ପୁରନ୍ଦର ଦାସ କରିଥିବା ବେଳେ, ଏହାକୁ ସଂସ୍କୃତରେ ଅନୁବାଦ କରିଥିଲେ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର ।

Leave A Reply

Your email address will not be published.