Latest Odisha News

BREAKING NEWS

ପ୍ରକାଶ ପାଇଲା ଯୁକ୍ତ ୩ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ବର : ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ଚଳିତ ବର୍ଷର କଟ୍‌ ଅଫ୍‌ ମାର୍କ । ଏହି ତାଲିକାରେ ସବୁଠୁ ଆଗରେ ରହିଛି ବିଜେବି ସ୍ବଂୟଶାସିତ ମହାବିଦ୍ୟାଳୟ । ଭୂଗୋଳରେ କଟ୍‌ଅଫ୍‌ ମାର୍କ ୯୫.୨୦ ପ୍ରତିଶତ, ପଦାର୍ଥ ବିଜ୍ଞାନରେ କଟ୍‌ ଅଫ୍‌ ମାର୍କ ୯୬.୪୦ ପ୍ରତିଶତ ରହିଛି । ପ୍ରାଣୀ ବିଜ୍ଞାନରେ ୯୬.୪୦% କଟ୍‌ଅଫ୍‌ ମାର୍କ ଥିବା ବେଳେ, ବାଣିଜ୍ୟରେ କଟ୍‌ ଅଫ୍‌ ମାର୍କ ୯୨ ପ୍ରତିଶତ ରହିଛି ।

BjdElectrycity

ପ୍ରଥମ ପର୍ଯ୍ୟାୟରେ ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ୧,୬୮,୫୩୭ ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ରାଜ୍ୟର ଯୁକ୍ତ ୩ କଲେଜ ଗୁଡ଼ିକରେ ମୋଟ୍‌ ୧,୪୯, ୫୩୯ ସିଟ୍‌ ଥିବା ବେଳେ ୨,୪୪,୨୫୨ ଜଣ ପିଲା ଆବେଦନ କରିଛନ୍ତି । ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୯ରୁ ୧୪ ତାରିଖ ଯାଏଁ ସାମ୍‌ସ ପୋର୍ଟାଲରେ ଅନଲାଇନ୍‌ ଫି ଦାଖଲ କରିପାରିବେ । ଏହାପରେ ପ୍ରଥମ ପର୍ଯ୍ୟାୟର ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୧୬ ତାରିଖରେ ଶେଷ ହେବ । ସେପ୍ଟେମ୍ବର ୨୧ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ।

Leave A Reply

Your email address will not be published.