Latest Odisha News

BREAKING NEWS

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: କର୍ଣ୍ଣାଟକୀ କଣ୍ଠ ଓ ବାଦ୍ୟର ଅର୍ପୁବ ସଂଚାଳନ

ଭୁବନେଶ୍ୱର: ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଶୁକ୍ରବାର ସନ୍ଧ୍ୟା ଥିଲା ସଙ୍ଗୀତ ଓ ବାଦ୍ୟ ସଂଚାଳନର ତୃତୀୟ ସନ୍ଧ୍ୟା । ପ୍ରଗତିଶୀଳ ସମକାଳୀନ କର୍ଣ୍ଣାଟକୀ ସଂଙ୍ଗୀତ ଉପରେ ଅଗମ ମ୍ୟୁଜିକାଲ ବ୍ୟାଣ୍ଡର ଫ୍ୟୁଜନ ପରିବେଷଣ ଅତି ଚମକ୍ରାର ଥିଲା । ସେମାନେ ଦକ୍ଷିଣ ଭାରତର ଶାସ୍ତ୍ରୀୟ ସଙ୍ଗୀତକୁ ନୂଆ ଓ ଆଧୁନିକ ଶୈଳୀରେ ଦର୍ଶକମାନଙ୍କ ଆଗରେ ପ୍ରତିପାଦିତ କରିଥିଲେ ।

ଅଗମ ମ୍ୟୁଜିକାଲ ବ୍ୟାଣ୍ଡର ଶିଳ୍ପୀମାନେ ଥିଲେ କଣ୍ଠ ଓ ବେହେଲାରେ ହରିସ ଶିବରାମକ୍ରୀର୍ଷ୍ଣନ, କିବୋଡ଼ରେ ସ୍ୱାମୀ ସେଥାରମଣ, ଗିଟାରରେ ଟି ପ୍ରବିନ କୁମାର ଓ ଆଦିତ୍ୟ କଶପ, ଶିବକୁମାର ନାର୍ଗାଜୁନ, ଜଗଦିସ ନଟରାଜନ ଏବଂ ଡ୍ରମରେ ଯଦୁନାନନ୍ଦନ । ଏହି ଅନନ୍ୟ ସଙ୍ଗୀତ ତଥା ବାଦନକୁ ସମସ୍ତ ରସିକ ଦର୍ଶକବୃନ୍ଦ ବିମୋହିତ ହୋଇ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।

ଉତ୍ସବର ଅତିଥି ଥିଲେ ଓଡ଼ିଶା ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ, ଏସ.ବି.ଆଇ ବ୍ୟାଙ୍କର ମହା ପରିଚାଳିକା ପ୍ରଭିନା କଲା ଏବଂ ସୃଜନର ନିର୍ଦ୍ଦେଶକ ତଥା ବିଶିଷ୍ଟ ଓଡ଼ିଶୀ ଗୁରୁ ରତିକାନ୍ତ ମହାପାତ୍ର ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ଏବଂ ସଂଚାଳନ କରିଥିଲେ ଶ୍ରୀ ଦେବୀପ୍ରସାଦ ମିଶ୍ର ।

Leave A Reply

Your email address will not be published.