Latest Odisha News

BREAKING NEWS

ଆଇ.ଆର.ସି.ଟି.ସି ପକ୍ଷରୁ ବେଙ୍ଗାଲୁରୁରୁ ୪ ଦିନିଆ ‘କ୍ଲାସିକ୍ ଓଡ଼ିଶା’ ଟୁର୍ ପ୍ୟାକେଜ୍

ନୂଆଦିଲ୍ଲୀ: ଭାରତୀୟ ରେଳବାଇର କ୍ୟାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ (ଆଇ.ଆର.ସି.ଟି.ସି) ସ୍ୱତନ୍ତ୍ର ଭାବେ ବେଙ୍ଗାଲୁରୁରୁ ଏକ ୪ ଦିନିଆ ‘କ୍ଲାସିକ୍ ଓଡ଼ିଶା’ ଟୁର୍ ପ୍ୟାକେଜ୍ ଘୋଷଣା କରିଛି ।

ଏହି ‘କ୍ଲାସିକ୍ ଓଡ଼ିଶା’ ଟୁର୍ ପ୍ୟାକେଜରେ ପର୍ଯ୍ୟଟକମାନଙ୍କୁ ଓଡ଼ିଶାର କେତେକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦର୍ଶନ କରିବାର ଅପୂର୍ବ ସୁଯୋଗ ମିଳିପାରିବ । ଏହି ଟୁର୍ ମାଧ୍ୟମରେ ପର୍ଯ୍ୟଟକମାନେ ପୁରୀର ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର, ନୀଳାମ୍ବୁ ଚିଲିକା ହ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ।
ଏହି ଟୁର୍ ମାଧ୍ୟମରେ ପର୍ଯ୍ୟଟକମାନେ ୪ଟି ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିପାରିବେ – ପୁରୀ, କୋଣାର୍କ, ଭୁବନେଶ୍ୱର ଏବଂ ଚିଲିକା ।

ଆପଣମାନେ ୟୁନେସ୍କୋର ୱାର୍ଲ୍ଡ ହେରିଟେଜ୍ ସାଇଟ୍ ଓପନ୍ କଲେ ଏହି ଟୁର୍ରେ ରହିଥିବା କୋଣାର୍କର ସୂର୍ଯ୍ୟମନ୍ଦିର, ବିଶ୍ୱ ପ୍ରସିଦ୍ଧ କୋଣାର୍କ ନୃତ୍ୟୋତ୍ସବ ସହିତ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ସମ୍ପର୍କରେ ଅଧିକ ସୂଚନା ପାଇପାରିବେ ।

ତେବେ ବେଙ୍ଗାଲୁରୁରୁ ଏହି ବିମାନ ଦ୍ୱାରା ଟୁର୍ ପ୍ୟାକେଜଟି ଡ଼ିସେମ୍ବର ୩ ତାରିଖରୁ ଆରମ୍ଭ ହେଉଛି ।

Leave A Reply

Your email address will not be published.