Latest Odisha News

BREAKING NEWS

ବିଶିଷ୍ଟ କବି ଶତ୍ରୁଘ୍ନ ପାଣ୍ଡବ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା କବି ଶତ୍ରୁଘ୍ନ ପାଣ୍ଡବ ତାଙ୍କର କବିତା ପୁସ୍ତକ ‘ମିଶ୍ର ଧୃପଦ’ ସହିତ ଜୀବନବ୍ୟାପୀ ସାହିତ୍ୟ ସାଧନା ଲାଗି ୨୦୧୮ ମସିହାର ୩୯ତମ ସମ୍ମାନଜନକ ଶାରଳା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

ଏହି ଅବସରରେ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ତାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ଏକ ମାନପତ୍ର ପ୍ରଦାନ କରାଯିବ ।

ଏହାଛଡ଼ା ସଙ୍ଗୀତ ଲାଗି ଉମେଶ ଚନ୍ଦ୍ର କର ଓ ଚିତ୍ରକଳା ଲାଗି ବିନୋଦ ମହାରଣାଙ୍କୁ ‘ଇଲା ପଣ୍ଡା ମେମୋରିଆଲ୍ କଳା ସମ୍ମାନ’ ପ୍ରଦାନ କରାଯିବ । ପ୍ରତ୍ୟେକଙ୍କୁ ମାନପତ୍ର ସହିତ ଦେଢ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।

ଆସନ୍ତା ଅକ୍ଟୋବର ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ସମସ୍ତଙ୍କୁ ପୁରସ୍କୃତ କରାଯିବ ।

ଇମ୍ପା ଗ୍ରୁପ ପକ୍ଷରୁ ୧୯୭୯ ମସିହାରେ ଇମ୍ପାକ୍ଟ ଚାରିଟେବଲ୍ ଟ୍ରଷ୍ଟ ପ୍ରତିଷ୍ଠା କରାଯାଇ ଓଡ଼ିଶାର ବରେଣ୍ୟ ସାହିତ୍ୟିକ ମାନଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯାଉଛି । ଏହି ପୁରସ୍କାର ଓଡ଼ିଆ ସାହିତ୍ୟ ଜଗତରେ ଏକ ସମ୍ମାନଜନକ ପୁରସ୍କାର ଭାବେ ବିବେଚିତ ହୋଇଥାଏ ।

Leave A Reply

Your email address will not be published.