Latest Odisha News

BREAKING NEWS

ଗିରଫ ହେଲେ ରେଷ୍ଟୁରାଣ୍ଟ ମ୍ୟାନେଜର, ମାଉଥ ଫ୍ରେସନର ସହ ଦେଇଥିଲେ ଡ୍ରାଏ ଆଇସ

ଗୁରୁଗ୍ରାମ: ଗୁରୁଗ୍ରାମ ମାଉଥ ଫ୍ରେସନର ମାମଲାରେ ଗିରଫ ହୋଇଛନ୍ତି ରେଷ୍ଟୁରାଣ୍ଟ ମ୍ୟାନେଜର । ଗତକାଲି ରେଷ୍ଟୁରାଣ୍ଟରେ ମାଉଥ ଫ୍ରେସନର ଭାବରେ ଡ୍ରାଏ ଆଇସ ଦେଇଥିବା ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ । ଗତକାଲି କିଛି ଲୋକ କାଫେରେ ଖାଦ୍ୟ ଖାଇବା ପରେ ମାଉଥ ଫ୍ରେସନର ଖାଇଥିଲେ। ଏହା ପରେ ସେମାନେ ରକ୍ତ ବାନ୍ତି କରିଥିଲେ । ଏହା ସହିତ ସେମାନଙ୍କ ପାଟି ମଧ୍ୟ ଜଳୁଥିବା ଅଭିଯୋଗ କରିଥିଲେ । ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ କାଫେ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ବର୍ତ୍ତମାନ ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କୁ ପୋଲିସ ଗିରଫ କରିଛି। ଗତକାଲି ଖେଡକି ଦୌଲା ପୋଲିସ ଷ୍ଟେଶନରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୨୮(ବିଷ ଦ୍ୱାରା ଆଘାତପ୍ରାପ୍ତ) ଏବଂ ୧୨୦-ବି (ଅପରାଧିକ ଷଡଯନ୍ତ୍ର) ଅନୁଯାୟୀ ଏକ ଏଫଆଇଆର ପଞ୍ଜିକୃତ ହୋଇଛି ବୋଲି ପୋଲିସ କହିଛି।

ସୂଚନା ଅନୁସାରେ, ଗ୍ରେଟର ନୋଏଡା ନିବାସୀ ଅଙ୍କିତ କୁମାର ତାଙ୍କ ପତ୍ନୀ ଏବଂ ଚାରିଜଣ ସାଙ୍ଗଙ୍କ ସହ ରାତ୍ରୀ ଭୋଜନ କରିବାକୁ ଗତ ଶନିବାର ଗୁରୁଗ୍ରାମର ସେକ୍ଟର ୯୦ରେ ଥିବା ଏକ ରେସ୍ତୋରାଁକୁ ଯାଇଥିଲେ। ରାତ୍ରୀ ଭୋଜନ ପରେ ସେଠାରେ ଜଣେ ୱେଟର ମାଉଥ ଫ୍ରେସନର ଆଣିଥିଲେ ପାଞ୍ଚ ଜଣ ଏହାକୁ ଖାଇଥଲେ ବୋଲି କୁମାର କହିଛନ୍ତି। ମାଉଥ୍‌ ଫ୍ରେସନର ଖାଇବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ଏବଂ ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହି ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା ଦେଖି ସେଠାକାର ସମସ୍ତ କର୍ମଚାରୀ ପଳାଇ ଯାଇଥିଲେ। ଅଭିଯୋଗକାରୀ କହିଛନ୍ତି, ମୁଁ ଜଣେ ଡାକ୍ତରଙ୍କୁ ମାଉଥ୍‌ ଫ୍ରେସନର ପ୍ୟାକେଟ ଦେଖାଇଥିଲି, ସେ କହିଥିଲେ ଯେ ଏହା ହେଉଛି ଡ୍ରାଏ ଆଇସ । । ଡାକ୍ତରଙ୍କ ଅନୁଯାୟୀ ଏହା ଏକ ଏସିଡ ଯାହା ମୃତ୍ୟୁର କାରଣ ହୋଇପାରେ।

Comments are closed.