Latest Odisha News

BREAKING NEWS

ନକଲି କଲ୍ ସେଣ୍ଟର ଉପରେ ରେଡ୍, ୩୮ ଗିରଫ

ନୂଆଦିଲ୍ଲୀ: ନକଲି କଲ୍ ସେଣ୍ଟର କରି ବିଭିନ୍ନ ଉପାୟରେ ଲୋକଙ୍କୁ ଠକୁଥିଲେ । ଏବେ ପୁଲିସ ୩୮ ଜଣଙ୍କୁ ଗିରଫ କରିଛି । ଗୁରୁଗାଁଓ ସ୍ଥିତ ଉଦ୍ୟୋଗ ବିହାର ଫେଜ୍ ଥ୍ରୀରେ ଚାଲିଥିଲା ଏହି ନକଲି କଲ୍ ସେଣ୍ଟର । ଗିରଫଙ୍କ ମଧ୍ୟରେ ୯ ଜଣ ମହିଳା ରହିଛନ୍ତି ।

ଚାଇନିଜ ମୋବାଇଲ ଆପ୍ ଜରିଆରେ ଏପରି ବେଆଇନ କାମ କରୁଥିଲେ। ଏଥିପାଇଁ ଦୁଇ ଜଣ ଫୋନ୍ ହ୍ୟାକରଙ୍କୁ ନିଯୁକ୍ତି ଦେଇଥିଲେ। ହ୍ୟାକର ମାନେ ଲିଙ୍କ ପଠାଇ ଲୋକଙ୍କୁ ଠକେଇ କରୁଥିଲେ। ଏହାପରେ ବ୍ଲାକ ମେଲିଂ କରୁଥିଲେ। ଯେଉଁ ଲୋକଙ୍କ କଲ୍ କରୁଥିଲେ ସେହି ବ୍ୟକ୍ତିର ଫଟୋକୁ ପ୍ରଥମେ ଏଡିଟ କରି ନ୍ୟୁଡ ଫୋଟ ତିଆରି କରୁଥିଲେ । ଆଉ ପରେ ସଂପୃକ୍ତ ବ୍ୟକ୍ତି କିମ୍ବା ତାଙ୍କର ସଂପର୍କୀୟଙ୍କୁ ଲୋନ୍ ପଇସା ଦେବାକୁ ଧମକ ଦେଉଥିଲେ । ନହେଲେ ନ୍ୟୁଡ ଫୋଟ ଭାଇରାଲ କରିଦେବାର ଧମକ ଦେଉଥିଲେ । ପୁଲିସ ଏହି ନକଲି କଲ ସେଣ୍ଟର ବାବଦରେ ଜାଣିବାକୁ ପାଇଥିଲ । ଏହାପରେ ଚଢାଉ କରିଥିଲା । ରେଡ୍ ବେଳେ ପୁଲିସ ୧ ଲକ୍ଷ ୭୦ ହଜାର ଟଙ୍କା, ୨୭ଟି ଲାପଟପ୍, ୪୪ ମୋବାଇଲ ଜବତ କରିଛି ବୋଲି ଗୁରୁଗ୍ରାମ ଏସିପି ପ୍ରିତପଲ ସିଂହ କହିଛନ୍ତି।

 

Comments are closed, but trackbacks and pingbacks are open.