Latest Odisha News

BREAKING NEWS

ମୋ ସ୍ତ୍ରୀର ୪ ବୟଫ୍ରେଣ୍ଡ; ମୋତେ ମାରିବାକୁ ଧମକ ଦେଇଛନ୍ତି… 

ଗ୍ବାଲିୟର: ମୋ ସ୍ତ୍ରୀର ୪ ବୟଫ୍ରେଣ୍ଡ। ମୋତେ ମାରିବାକୁ ଧମକ ଦେଇଛନ୍ତି। ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଫୁଲବାଗ ଛକରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ତଳେ ଧାରଣାରେ ବସିଥିଲେ। ସେ ଦାବି କରିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କର ୩ରୁ ୪ଜଣ ପ୍ରେମିକ ଅଛନ୍ତି। ଏପରିକି ତାଙ୍କ ସ୍ତ୍ରୀଙ୍କ ଜଣେ ପ୍ରେମିକ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି। ଯାହା ପରେ ସେ ପୋଲିସର ସାହାଯ୍ୟ ଲୋଡ଼ିଥିଲେ। କିନ୍ତୁ ପୋଲିସ ତାଙ୍କ କଥା ନଶୁଣିବାରୁ ସେ ବିରକ୍ତ ହୋଇ ଧାରଣାରେ ବସିବାକୁ ନିଷ୍ପତ୍ତି ନେଲେ। ବ୍ୟକ୍ତି ଜଣକ ଫୁଲବାଗ ଛକରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ତଳେ ଧାରଣାରେ ବସିଥିଲେ। ଏହା ସହିତ ସେ ହାତରେ ଏକ ପ୍ଲାକାର୍ଡ ଧରି ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ତାଙ୍କର ଅଭିନବ ପ୍ରତିବାଦ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

 

Comments are closed.