Latest Odisha News

BREAKING NEWS

ଜ୍ଞାନବାପୀ କାହାର? ଶୁଣାଣି ଜାରି ରଖିବେ ବାରଣାସୀ କୋର୍ଟ

ବାରଣାସୀ: ଜ୍ଞାନବାପୀ ମସଜିଦ ଉପରେ ଶୁଣାଣି ଚାଲିବ ବୋଲି ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ବାରଣାସୀ ଜିଲ୍ଲା କୋର୍ଟ । ଜ୍ଞାନବାପୀ ମସଜିଦ ପରିସରରେ ଶୃଙ୍ଗାର ଗୈାରୀ ପୂଜା ପାଇଁ ଚାଲିଥିବା କେସର ଶୁଣାଣି ହେବ ବୋଲି ବାରଣାସୀ କୋର୍ଟ କହିଛନ୍ତି । ଏହି ରାୟ ପରେ ହିନ୍ଦୁ ପକ୍ଷ ଖୁସି ପ୍ରକଟ କରିଛନ୍ତି ।  ମୁସଲିମ ପକ୍ଷ ଏହି ଶୁଣାଣି ଯୋଗ୍ୟ ନୁହେଁ ବୋଲି କୋର୍ଟରେ ଆବେଦନ କରିଥିଲେ । ମାମଲାର ଅଗାମୀ ଶୁଣାଣି ସେପ୍ଟେମ୍ବର 22 ତାରିଖକୁ ଧାର୍ଯ୍ୟ ହୋଇଛି । ଏହା ସହିତ ବାରଣାସୀ କୋର୍ଟ, ମୁସଲିମ ପକ୍ଷ ଅଂଜୁମନ ଇସଲାମିଆ ମସଜିଦ କମିଟିଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।

 ସୂଚନାଯୋଗ୍ୟ ଗତବର୍ଷ ଶୃଙ୍ଗାରଗୈାରୀଙ୍କ ପୂଜା ପାଇଁ 5 ଜଣ ମହିଳା କୋର୍ଟରେ ମାମଲା ଦାଖଲ କରିଥିଲେ । ଏହି ମାମଲା ଶୁଣାଣି ଯୋଗ୍ୟ ନୁହେଁ ବୋଲି ମୁସଲିମ ପକ୍ଷ ଦାବି କରିଥିଲେ । ପରେ କୋର୍ଟଙ୍କ ପକ୍ଷରୁ ଜ୍ଞାନବାପୀ ପରିସରର ଭିଡିଓଗ୍ରାଫି ପାଇଁ ଆଦେଶ ଦିଆଯାଇଥିଲା । ଭିଡିଓଗ୍ରାଫି ବେଳେ ଶିବଲିଙ୍ଗ ମିଳିବା ନେଇ ହିନ୍ଦୁପକ୍ଷ ଦାବି କରିଥିଲେ ।

ବାଦୀ ପ୍ରତିବାଦୀଙ୍କ ଓକିଲମାନେ ନିଜ ନିଜର ପକ୍ଷ ରଖିଥିଲେ । ଜିଲ୍ଲା ଜଜ୍ ଏକେ ବିଶ୍ବେଶ ସମସ୍ତ ତଥ୍ୟ ଦେଖିବା ପରେ ଏହି ମାମଲା ଗ୍ରହଣଯୋଗ୍ୟ ଏବଂ ଏହାର ପରବର୍ତ୍ତି ଶୁଣାଣି ପାଇଁ ରାୟ ପ୍ରକାଶ କରିଛନ୍ତି । ତେବେ ବାରଣାସୀ କୋର୍ଟଙ୍କ ରାୟ ଉପରେ ହାଇକୋର୍ଟ ଏବଂ ସୁପ୍ରିମ କୋର୍ଟରେ ମୁସଲିମ ପକ୍ଷ ଅପିଲ କରିପାରିବେ ।

Leave A Reply

Your email address will not be published.