Latest Odisha News

ଜ୍ଞାନବ୍ୟାପୀ ବିବାଦ: ହିନ୍ଦୁଙ୍କ ସପକ୍ଷରେ ଆସିଲା ରାୟ, ମିଳିଲା ପୂଜା କରିବାର ଅନୁମତି

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମାମଲାରେ ବୁଧବାର ହିନ୍ଦୁମାନଙ୍କ ସପକ୍ଷରେ ଆସିଛି ରାୟ। ଏଠାରେ ପୂଜା ପାଠ କରିବା ପାଇଁ ହିନ୍ଦୁମାନଙ୍କୁ ଅନୁମତି ଦେଇଛନ୍ତି ମାନ୍ୟବର କୋର୍ଟ। ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁ ଦଳର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, ହିନ୍ଦୁ ଦଳକୁ ‘ବ୍ୟାସର ତଳମହଲା’ରେ ପୂଜା କରିବାକୁ ଅନୁମତି ଦିଆଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ୭ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ପଡିବ।” ସାତ ଦିନ ମଧ୍ୟରେ ପୂଜା ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏଠାରେ ସମସ୍ତଙ୍କର ଉପାସନା କରିବାର ଅଧିକାର ରହିବ।

ବିଷ୍ଣୁ ଶଙ୍କର ଜୈନ କହିବା ଅନୁଯାୟୀ ଆମେ ଆହ୍ଲାବାଦ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିବୁ। ଯଦି କୋର୍ଟ ଏହା ଶୁଣନ୍ତି, ଆମେ ସେଠାରେ ପ୍ରସ୍ତୁତ ରହିବୁ। ଏଠାରେ କହି ରଖୁ କି ଜ୍ଞାନବ୍ୟାପୀ ମସଜିଦରେ ପୂଜାପାଠ କରିବା ଅଧିକାର ଦାବି କରି ସୋମନାଥ ବ୍ୟାସଙ୍କ ନାତି ଶୈଳେନ୍ଦ୍ର ପାଠକଙ୍କ ତରଫରୁ ଡକ୍ଟର ଅଜୟ କୃଷ୍ଣା ବିଶ୍ୱାସ ମଙ୍ଗଳବାର ଶୁଣାଣି କରିଥିଲେ। ଶୈଳେନ୍ଦ୍ର କୁମାର ପାଠକଙ୍କ ତରଫରୁ ଗତବର୍ଷ ୨୫ ସେପ୍ଟେମ୍ବର ଏନେଇ ଯାଚିକା ଦାଖଲ କରାଯାଇଥିବା ନେଇ ଦାବି କରାଯାଇଥିଲା। ଜ୍ଞାନବ୍ୟାପୀର ଦକ୍ଷିଣ ପାର୍ଶ୍ୱରେ ଥିବା କୋଠାର ଏକ ତଳ ମହଲା ଅଛି। ଏଠାରେ ବ୍ୟାସ ପରିବାର ତରଫରୁ ପୂଜା ପାଠ କରାଯାଇ ଆସୁଥିଲା। ବ୍ୟାସ ପରିବାର ଏଠାରେ ବ୍ରିଟିଶ କାଳରେ ମଧ୍ୟ ସେଠାରେ ରହି ଆସୁଥିଲେ। ଏହାକୁ ଯଥେଷ୍ଟ ପ୍ରମାଣ ଭାବେ ଗ୍ରହଣ କରାଯାଇପାରେ ବୋଲି ଓକିଲ ଯୁକ୍ତି ଦର୍ଶାଇଥିଲେ।

୧୯୯୩ ମସିହରେ ହୋଇଥିଲା ପୂଜା ବନ୍ଦ
ଆପଣଙ୍କୁ କହିରଖୁଛୁ ଯେ ହିନ୍ଦୁ ପକ୍ଷ ସୋମନାଥ ବ୍ୟାସ ପରିବାବାରକୁ ତଳ ମହଲାରେ ପୂଜାପାଠ କରିବା ପାଇଁ ଅଦାଲତରେ ଆବେଦନ କରିଥିଲେ। ସୋମନାଥ ବ୍ୟାସ ପରିବାର ୧୯୯୩ ମସିହା ପର୍ଯ୍ୟନ୍ତ ତଳ ମହଲାରେ ନିୟମିତ ପୂଜାପାଠ କରି ଆସୁଥିଲା। ହେଲେ ୧୯୯୩ ମସିହାରେ ତତ୍କାଳୀନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଳ ମହଲାକୁ ବନ୍ଦ କରାଯାଇ ସେଠାର ବ୍ୟାରିକେଡ କରାଯାଇଥିଲା। ଏହା ସହିତ ହିନ୍ଦୁ ସମ୍ପ୍ରଦାୟ ଦ୍ୱାରା ଜ୍ଞାନବ୍ୟାପୀ ପରିସରେ କରାଯାଉଥିବା ପୂଜାପାଠ ବନ୍ଦ ହୋଇଥିଲା।

ଜ୍ଞାନବ୍ୟାପୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଲେ ବାରାଣାସୀ ଜିଲ୍ଲା ଅଦାଲତ
ଦୀର୍ଘ ଦିନର ଆଇନଗତ ଯୁଦ୍ଧ ପରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସୁପ୍ରିମକୋର୍ଟ ଦ୍ୱାରା ଦିଆଯାଇଥିା ନିର୍ଦ୍ଦେଶରେ ଜ୍ଞାନବ୍ୟାପୀ ପରିସରରରେ ସର୍ଭେ କରିଥିଲା। ଏହି ସମୟ ମଧ୍ୟରେ ଜ୍ଞାନବ୍ୟାପୀ ତଳ ମହଲା ସଫା ହେବା ପରେ ୨୦୨୪ ଜାନୁୟାରୀ ୧୭ ତାରିଖରେ ବାରଣାସୀ ଜିଲ୍ଲା ପ୍ରଶାସନ ଏହାକୁ ସିଲ୍ କରି କୋର୍ଟ ନିର୍ଦ୍ଦେଶକ୍ରମେ ଏହାକୁ ନିଜ ଅଧିନକୁ ନେଇଥିଲା। ବର୍ତ୍ତମାନ ୭ ଦିନ ମଧ୍ୟରେ ସମସ୍ତ ବାଧାବିଘ୍ନ ହଟାଇବା ଏବଂ ବ୍ୟାସ ପରିବାରକୁ ନିୟମିତ ପୂଜାପାଠ କରିବାକୁ ଅଧିକାର ଦେବା ପଇଁ ବାରଣାସୀ ଜିଲ୍ଲା ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.