Latest Odisha News

BREAKING NEWS

ଜ୍ଞାନବାପି ମସଜିଦ ମାମଲା : ଭିଡିଓଗ୍ରାଫି ଜାରୀ ରଖିବା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ବାରଣାସୀ:ଜ୍ଞାନବାପୀ ମସଜିଦ ମାମଲା ନେଇ ଆଜି ସ୍ଥାନୀୟ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବାରଣାସୀର କାଶୀ ବିଶ୍ୱନାଥ ସଲଗ୍ନ ଏହି ମସଜିଦର ଭିଡିଓଗ୍ରାଫି ଜାରୀ ରଖିବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍ଭେ ପାଇଁ ତାଲାକୁ ଭଙ୍ଗାଯିବ ଏବଂ ଏହାକୁ ବିରୋଧ କରିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆବେଦନକାରୀଙ୍କ ଓକିଲ ସୁବାସ ନନ୍ଦନ ଚର୍ତୁବେଦୀ କହିଛନ୍ତି । ପ୍ରତିପକ୍ଷ ଓକିଲ ଅଞ୍ଜମାନ ଇନ୍ତଜାନିଆ ସର୍ଭେ ଏବଂ ଭିଡିଓଗ୍ରାଫିକୁ ବିରୋଧ କରିଛନ୍ତି ।

ସୂଚନାଯୋଗ୍ୟ, କାଶିବିଶ୍ୱନାଥ ମନ୍ଦିରଙ୍କୁ ଲାଗିଥିବା ଜ୍ଞାନବ୍ୟାପୀ ମସ୍‌ଜିଦ୍‌ରେ କାନ୍ଥ ବାହାରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ରହିଥିଲା। ଏହାକୁ ପୂଜା କରିବାକୁ ଦିଲ୍ଲୀର ରାକ୍ଷୀ ସିଂହ,ଲକ୍ଷ୍ମୀ ଦେବୀ ଓ ସୀତା ସାହୁ କୋର୍ଟରେ ଆବେଦନ କରିଥିଲେ। ଏହାପରେ କୋର୍ଟ ମସ୍‌ଜିଦ୍‌ରେ ଗବେଷଣା କରିବାକୁ ଅନୁମତି ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ଗବେଷକ ଟିମ ଗତ ଶୁକ୍ରବାର ଗବେଷଣା କରିବା ବେଳେ ବାଧା ଦେଇଥିଲେ ମୁସଲମାନ ଶ୍ରଦ୍ଧାଳୁ। ମସ୍‌ଜିଦ୍‌ରେ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି ଗବେଷଣାକାରୀଙ୍କୁ ଛାଡ଼ି ନଥିଲେ।

Comments are closed.