କଳାହାଣ୍ଡି: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର ବାବୁ । ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡିରୁ । କଳାହାଣ୍ଡି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ଡାକ୍ତର ଅଶୋକ ଦାସ ଗର୍ଭବତୀଙ୍କ ଠାରୁ ୬୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ।
ଖବର ମୁତାବକ, ଭବାନୀପାଟଣାର ରେନ୍ଦୋ ମାଝୀ ନାମକ ଜଣେ ଗର୍ଭବତୀ ଚେକଅପ୍ ପାଇଁ ଡାକ୍ତର ଅଶୋକ ଦାସଙ୍କ ପାଖକୁ ଆସିଥିଲେ । ଚେକଅପ୍ ସମୟରେ ତାଙ୍କର ଡେଲିଭରୀ ସମୟ ନିକଟ ହୋଇ ଗଲାଣି ବୋଲି ଡାକ୍ତର କହିଥିଲେ । ଏହା ପରେ ଗର୍ଭବତୀ ଜଣଙ୍କ ସରକାରୀ ଡାକ୍ତରଖାନାରେ ନିଜ ପିଲାକୁ ଜନ୍ମ ଦେବା ପାଇଁ ଚାହିଁଥିଲେ । ଏଥିପାଇଁ ଅଶୋକ ଗର୍ଭବତୀଙ୍କୁ ୬୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ।
ଏହାପରେ ଗର୍ଭବତୀ ଜଣଙ୍କ ସେଠାରୁ ଚାଲି ଆସି ଭିଜିଲାନ୍ସରେ ଜମାଇଥିଲେ । ପୂର୍ବ ଯୋଜନା ଅନୁସାରେ ଗର୍ଭବତୀ ମହିଳା ଜଣଙ୍କ ଡାକ୍ତର ଅଶୋକଙ୍କୁ ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରି ପକାଇଥିଲା । ଏହା ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି ।
ରେଡ୍ ବେଳେ ଆଶୋକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି ।