Latest Odisha News

BREAKING NEWS

କେନ୍ଦୁଝର ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ସିଲ୍

ଭୁବନେଶ୍ୱର: ଜଣେ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହେବା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ସିଲ୍ କରାଯାଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ସୂଚନାନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ପ୍ରାୟ ୪୦ରୁ ଅଧିକ ଲୋକ ଆସିଥିବା ବେଳେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ହସ୍ପିଟାଲ ପରିସରର ମୁଖ୍ୟ କୋଠାକୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ସ୍ଥାନାନ୍ତରିତ କରାଯାଇଛି ।

ଗତ ୨୪ ଘଣ୍ଟାରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ବଡବିଲର ପ୍ରାୟ ୩୯ ଜଣ ରହିଛନ୍ତି । ଏହାବ୍ୟତିତ ବାକି ସମସ୍ତେ ଲୋକାଲ୍ କେସ୍ ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ ରହିଛି । ସେଥିମଧ୍ୟରେ ୧୧୦ଟି ସକ୍ରିୟ ମାମଲା ରହିଥିବା ବେଳେ ୧୩୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.